ଓଡିଶା

odisha

ETV Bharat / state

ନର୍ଦ୍ଦମା ପାଣିରେ ଉବୁଟୁବୁ ବୌଦ୍ଧ ସହର, ରାସ୍ତାରୋକ କଲେ ସ୍ଥାନୀୟଲୋକ - କୃତ୍ରିମ ବନ୍ୟା ଘେର

ପ୍ରବଳ ବର୍ଷା ଯୋଗୁଁ ବୌଦ୍ଧ ସହରର ଅଧିକାଂଶ ବସ୍ତି ଏବେ କୃତ୍ରିମ ବନ୍ୟା ଘେରରେ ସୃଷ୍ଟି ହୋଇଛି । ଏହାର ପ୍ରତିବାଦରେ ଜାତୀୟ ରାଜପଥ ଅବରୋଧ କରିଛନ୍ତି ସ୍ଥାନୀୟ ଲୋକେ । ଅଧିକ ପଢନ୍ତୁ...

ନର୍ଦ୍ଦମା ପାଣିରେ ଉବୁଟୁବୁ ବୌଦ୍ଧ ସହର
ନର୍ଦ୍ଦମା ପାଣିରେ ଉବୁଟୁବୁ ବୌଦ୍ଧ ସହର

By

Published : Jul 23, 2021, 2:06 PM IST

ବୌଦ୍ଧ:ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁଁ ସହରର ଅଧିକାଂଶ ବସ୍ତି ଏବେ କୃତ୍ରିମ ବନ୍ୟା ଘେରରେ । ଘରଦ୍ୱାର ସବୁକିଛି ଏବେ ନର୍ଦ୍ଦମା ପାଣିରେ ବୁଡି ରହିଥିବାରୁ ତାତିଲେ ଲୋକେ । ଫଳରେ ଏହାର ପ୍ରତିବାଦରେ ଜାତୀୟ ରାଜପଥ ଅବରୋଧ କରିଛନ୍ତି ସ୍ଥାନୀୟ ଲୋକେ । ଗତରାତିରେ ଜିଲ୍ଲାରେ ପ୍ରବଳ ବର୍ଷା ହୋଇଥିଲା । ଫଳରେ ବୌଦ୍ଧ ପୌରାଞ୍ଚଳର ବିଭିନ୍ନ ସ୍ଥାନରେ ବର୍ଷା ପାଣି ଓ ନର୍ଦ୍ଦମା ପାଣି ଏକାଠି ହୋଇଥିବାରୁ ଏହାକୁ ନିଷ୍କାସନ ନକରିବାରୁ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା । ବୌଦ୍ଧ ପୌରାଞ୍ଚଳର ବାବୁସାହି,ଖଲିଆବଗିଢ଼ଆ, ଖଦାଳସାହି,ମୁସଲିମ ପଡା ଭଳି ବିଭିନ୍ନ ବସ୍ତିରେ ନର୍ଦ୍ଦମା ପାଣି ଘରଦ୍ୱାର, ମନ୍ଦିର, ମସଜିଦ, ରାସ୍ତା ଘାଟ ଉପରେ ପ୍ରବାହିତ ହୋଇଥିଲା ।

ନର୍ଦ୍ଦମା ପାଣିରେ ଉବୁଟୁବୁ ବୌଦ୍ଧ ସହର

ତେବେ ପୂର୍ବରୁ ବାରମ୍ବାର ସହରର ଡ୍ରେନେଜ ବ୍ୟବସ୍ଥା କୁନେଇ ଅଭିଯୋଗ କଲେ ମଧ୍ୟ ପୌର ପ୍ରଶାସନ ଉପଯୁକ୍ତ ପଦକ୍ଷେପ ନେବାରେ ବିଫଳ ହୋଇଥିଲା । ତେଣୁ ଆଜି ଉତ୍ୟକ୍ତ ଲୋକେ ମୁସଲିମ ବସ୍ତି ନିକଟରେ 57 ନମ୍ବର ଜାତୀୟ ରାଜପଥକୁ ଦୀର୍ଘ ସମୟ ଧରି ଅବରୋଧ କରି ରଖିଥିଲେ ।

ଫଳରେ ଆଜି ସହରରେ ଗାଡିମୋଟରର ଲମ୍ବା ଲାଇନ ଦେଖିବାକୁ ମିଳିଥିଲା । ପୌର ପ୍ରଶାସନର ଅବହେଳାରୁ ବାରମ୍ବାର ପ୍ରତ୍ୟେକ ବର୍ଷ ଏଭଳି ଓ୍ବାଟର ଲଗିଂ ହୋଇ ବୌଦ୍ଧ ସହର ନର୍ଦ୍ଦମା ପାଣିରେ ବନ୍ୟା ପରିସ୍ଥିତି ଉପୁଜିଥିବା ଚର୍ଚ୍ଚା ହେବା ସହ ତୁରନ୍ତ ଏଦିଗରେ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ପଦକ୍ଷେପ ଗ୍ରହଣ ପାଇଁ ଦାବି ହୋଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details