ବୌଦ୍ଧ: ଜିଲ୍ଲାରେ ଦିନକୁ ଦିନ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ସହରାଞ୍ଚଳ ଅପେକ୍ଷା ଗ୍ରାମାଞ୍ଚଳରେ ବିବାହ ଓ ଅନ୍ୟାନ୍ୟ ସାମାଜିକ କାର୍ଯ୍ୟକ୍ରମ ଯୋଗୁଁ ବୃଦ୍ଧି ପାଇବାରେ ଲାଗିଛି ସଂକ୍ରମଣ । ଏଭଳି ସମୟରେ ବିଭିନ୍ନ ସ୍ବେଚ୍ଛାସେବୀ ସହାୟତାର ହାତ ବଢାଇଛନ୍ତି ।
ଜିଲ୍ଲାରେ ସାଂଘାତିକ ହେବାରେ ଲାଗିଛି କୋରୋନା ସଂକ୍ରମଣର ଦ୍ବିତୀୟ ଲହରୀ । ଏଥର କିନ୍ତୁ ଜିଲ୍ଲାରେ ମୃତ୍ୟୁ ହାର ବୃଦ୍ଧି ପାଇଥିବାରୁ ଗଭୀର ଉଦବେଗ ପ୍ରକାଶ ପାଇଛି । ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରୁ ବୁଧବାର ପୁଣି 213 ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଜିଲ୍ଲାର ଶଗଡା ପଞ୍ଚାୟତରୁ ସର୍ବାଧିକ 42 ଜଣ ପଜିଟିଭ ଚିହ୍ନଟ ହୋଇଥିବାବେଳେ ଟିକରପଡା ପଞ୍ଚାୟତରୁ କିନ୍ତୁ କୋରୋନା ପ୍ରବେଶ କରିପାରିନାହିଁ । ଜିଲ୍ଲାର ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନ ସଂକ୍ରମିତ ଅଞ୍ଚଳରେ ପହଞ୍ଚି ପ୍ରଭାବିତ ଲୋକଙ୍କୁ ସହାୟତା ଯୋଗାଇ ଦେଉଛନ୍ତି । ଜିଲ୍ଲା ରେଡକ୍ରସ ସୋସାଇଟି, ସରସରା ଏଲକେବିକେ, ଓ୍ବାସିଡିଏ ବାଉଁଶୁଣୀ ଭଳି ବିଭିନ୍ନ ସଂଗଠନ ଜିଲ୍ଲାର ବିଭିନ୍ନ ସ୍ଥାନରେ ପହଞ୍ଚି ସହାୟତା ଯୋଗାଇ ଦେଉଛନ୍ତି ।