ବୌଦ୍ଧ: ଅସହାୟ ନିରାଶ୍ରୟଙ୍କୁ ମାସକର ରାସନ ସାମଗ୍ରୀ ଯୋଗାଇଲା ସ୍ବେଚ୍ଛାସେବୀ ଅନୁଷ୍ଠାନ । ଜିଲ୍ଲାର ବିଭିନ୍ନ ଉପାନ୍ତ ଅଞ୍ଚଳ ସମେତ ପୌରାଞ୍ଚଳରେ କୋରୋନା ମହାମାରୀ ସମୟରେ ପ୍ରଭାବିତ ଏଭଳି ଅସହାୟ ଲୋକଙ୍କୁ ଚିହ୍ନଟ କରାଯାଇ ସହାୟତା ଯୋଗାଇ ଦିଆଯାଇଛି ।
ଓ୍ବାଇସିଡିଏ ପକ୍ଷରୁ ଅସହାୟଙ୍କୁ ମାସକର ରାସନ ସାମଗ୍ରୀ ବଣ୍ଟନ - ଓ୍ବାଇସିଡିଏ ପକ୍ଷରୁ ଅସହାୟଙ୍କୁ ମାସକର ରାସନ ସାମଗ୍ରୀ ବଣ୍ଟନ
ଅସହାୟ ନିରାଶ୍ରୟଙ୍କୁ ମାସକର ରାସନ ସାମଗ୍ରୀ ଯୋଗାଇଲା ସ୍ବେଚ୍ଛାସେବୀ ଅନୁଷ୍ଠାନ । ବୌଦ୍ଧ ଜିଲ୍ଲା ବାଉଁଶୁଣୀସ୍ଥିତ ଓ୍ବାଇସିଡିଏ ସ୍ବେଚ୍ଛାସେବୀ ଅନୁଷ୍ଠାନ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ କୋରୋନା ଯୋଗୁଁ ପ୍ରଭାବିତ ହୋଇଥିବା ଅସହାୟ ଲୋକଙ୍କୁ ମାସକ ନିମନ୍ତେ ଶୁଖିଲା ଖାଦ୍ୟ ସହିତ ମାସକର ରାସନ ସାମଗ୍ରୀ ଯୋଗାଇ ଦେଉଛନ୍ତି । ଅଧିକ ପଢନ୍ତୁ...

ଓ୍ବାଇସିଡିଏ ପକ୍ଷରୁ ଅସହାୟଙ୍କୁ ମାସକର ରାସନ ସାମଗ୍ରୀ ବଣ୍ଟନ
ଓ୍ବାଇସିଡିଏ ପକ୍ଷରୁ ଅସହାୟଙ୍କୁ ମାସକର ରାସନ ସାମଗ୍ରୀ ବଣ୍ଟନ
ବାଉଁଶୁଣୀସ୍ଥିତ ଓ୍ବାଇସିଡିଏ ସ୍ବେଚ୍ଛାସେବୀ ଅନୁଷ୍ଠାନ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ କୋରୋନା ଯୋଗୁଁ ପ୍ରଭାବିତ ହୋଇଥିବା ଅସହାୟ ଲୋକଙ୍କୁ ଚିହ୍ନଟ କରି ସେମାନଙ୍କୁ ମାସକ ନିମନ୍ତେ ଶୁଖିଲା ଖାଦ୍ୟ ସହିତ ମାସକର ରାସନ ସାମଗ୍ରୀ ଯୋଗାଇ ଦେଉଛନ୍ତି ।
ଆଜି(ବୁଧବାର) ବୌଦ୍ଧ ପୌରାଞ୍ଚଳର ଏଭଳି ଅସହାୟ ନିରାଶ୍ରୟଙ୍କୁ କଲ୍ୟାଣ ମଣ୍ଡପ ଠାରେ ଓ୍ବାଇସିଡିଏ କର୍ମକର୍ତ୍ତା, ପୌର ବିଭାଗ ଓ ରେଡକ୍ରସ ସହାୟତାରେ ଏସବୁ ରାସନ ସାମଗ୍ରୀ ବଣ୍ଟନ କରିଥିଲେ । ଏଭଳି କାର୍ଯ୍ୟକ୍ରମ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଜାରି ରହିବ ବୋଲି ଓ୍ବାଇସିଡିଏ ପକ୍ଷରୁ ସୂଚନା ମିଳିଛି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ