ଓଡିଶା

odisha

ETV Bharat / state

କଲ୍ୟାଣ ମଣ୍ଡପ ନିର୍ମାଣକୁ ନେଇ ଅସନ୍ତୋଷ, ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗ - ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗ

ବୌଦ୍ଧ ଜିଲ୍ଲାର ସମୁଦାୟ ୬୯ ପଞ୍ଚାୟତ ମଧ୍ୟରୁ ୫୦ରୁ ଉର୍ଦ୍ଧ୍ବ ପଞ୍ଚାୟତରେ କଲ୍ୟାଣ ମଣ୍ଡପ ନିର୍ମାଣ ସମ୍ପୂର୍ଣ୍ଣ ହେଉ ନଥିବା ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ସ୍ଥାନୀୟ ବାସିନ୍ଦା । ଅଧିକ ପଢନ୍ତୁ

construction of Kalyan Mandap
construction of Kalyan Mandap

By

Published : Aug 1, 2023, 11:07 AM IST

construction of Kalyan Mandap

ବୌଦ୍ଧ :ସମସ୍ୟା ଘେରରେ ବୌଦ୍ଧ ଜିଲ୍ଲାର ଅଧିକାଂଶ କଲ୍ୟାଣ ମଣ୍ଡପ । କେଉଁଠି ଦୀର୍ଘ 15 ବର୍ଷ ଧରି ନିର୍ମାଣ କାର୍ଯ୍ୟ ଚାଲିଛି ତ ପୁଣି କେଉଁଠି ଅସମ୍ପୂର୍ଣ୍ଣ କଲ୍ୟାଣ ମଣ୍ଡପ ସମ୍ମୁଖରେ ଆଉ ଏକ ନୂତନ କଲ୍ୟାଣ ମଣ୍ଡପ ନିର୍ମାଣ ହେଉଛି । କେବଳ ଠିକାଦାରଙ୍କ ରୋଜଗାରର ମାଧ୍ୟମ ହୋଇଛି ଜିଲ୍ଲାର ବିଭିନ୍ନ କଲ୍ୟାଣ ମଣ୍ଡପ । ତେବେ ବୌଦ୍ଧ ଜିଲ୍ଲାର ସମୁଦାୟ ୬୯ ପଞ୍ଚାୟତ ମଧ୍ୟରୁ ୫୦ରୁ ଉର୍ଦ୍ଧ୍ବ ପଞ୍ଚାୟତରେ କଲ୍ୟାଣ ମଣ୍ଡପ ନିର୍ମାଣ ସମ୍ପୂର୍ଣ୍ଣ ହେଉ ନଥିବା ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି ।

ଏହା ମଧ୍ୟ ପଢନ୍ତୁ- ବେଆଇନ କଲ୍ୟାଣ ମଣ୍ଡପ ପ୍ରସଙ୍ଗ: ନଭେମ୍ବର ୧୪ ସୁଦ୍ଧା ନିୟମାବଳୀ ପ୍ରସ୍ତୁତ ପାଇଁ CMCକୁ ନିର୍ଦ୍ଦେଶ

ସୂଚନା ମୁତାବକ, ଅଧିକାଂଶ ପଞ୍ଚାୟତରେ 20 ଲକ୍ଷ ଟଙ୍କା କଲ୍ୟାଣ ମଣ୍ଡପ ନାଁରେ ଉଠାଇବା ପରେ ମଧ୍ୟ କଲ୍ୟାଣ ମଣ୍ଡପ ନିର୍ମାଣ ଆଦୌ ହୋଇ ନାହିଁ । ଏପରିକି ଖୁଣ୍ଟବନ୍ଧ ପଞ୍ଚାୟତରେ ଏହି ବାବଦରେ ସମସ୍ତ ସରକାରୀ ଅର୍ଥ ଆତ୍ମସାତ କରାଯାଇଥିବା ବେଳେ ଏନେଇ ଭିଜିଲାନ୍ସ ତଦନ୍ତ ଜାରି ରହିଛି । ସେହିପରି ହରଭଙ୍ଗା ବ୍ଲକର ବିଭିନ୍ନ ପଞ୍ଚାୟତରେ ମଧ୍ୟ କଲ୍ୟାଣ ମଣ୍ଡପ ନିର୍ମାଣ ନାଁରେ ବ୍ୟାପକ ଅନିୟମିତତା ହୋଇଥିବା ନେଇ ବାରମ୍ବାର ଅଭିଯୋଗ ହୋଇ ଆସୁଛି ।

ଏହା ମଧ୍ୟ ପଢନ୍ତୁ-ଶେଷ ହୋଇପାରୁନି ବଳଦେବଜୀଉ ମନ୍ଦିର ବିକାଶ କାର୍ଯ୍ୟ, କଲ୍ୟାଣ ମଣ୍ଡପ ହସ୍ତାନ୍ତର ନେଇ ଅସନ୍ତୋଷ

ସେହିପରି ଜିଲ୍ଲାର ବିଭିନ୍ନ ପଞ୍ଚାୟତରେ କଲ୍ୟାଣ ମଣ୍ଡପ ନିର୍ମାଣ ପାଇଁ ଜିଲ୍ଲା ପ୍ରଶାସନର ମଧ୍ୟ ଆନ୍ତରିକତା ନଥିବା ଭଳି ମନେ ହେଉଛି । ବୌଦ୍ଧର ସମସ୍ତ ପଞ୍ଚାୟତରେ କଲ୍ୟାଣ ମଣ୍ଡପ ନିର୍ମାଣ ଓ ଉନ୍ନତମାନର ଖେଳପଡ଼ିଆ ପ୍ରସ୍ତୁତ ପାଇଁ ବ୍ୟୟ ବରାଦ ହୋଇଥିଲେ ମଧ୍ୟ ଅଧିକାଂଶ ପଞ୍ଚାୟତରେ ଏଥିରେ ବ୍ୟତିକ୍ରମ ଦେଖାଦେଇଛି । ଅନ୍ୟପଟେ ବ୍ରାହ୍ମଣୀପାଲି ପଞ୍ଚାୟତର ଖଲିଆପାଲି ଶୈବପୀଠ ନିକଟରେ କଲ୍ୟାଣ ମଣ୍ଡପ ନିର୍ମାଣ ଅସମ୍ପୂର୍ଣ୍ଣ ଅବସ୍ଥାରେ ରହିଥିବା ବେଳେ ସେଠାରେ ବିଦ୍ୟୁତ, ପାନୀୟଜଳର ଉତ୍କଟ ସମସ୍ୟା ରହିଥିବା ଅଭିଯୋଗ ହୋଇଛି । ସେହିପରି ନିକଟରେ ଏକ ପାର୍କ ମଧ୍ୟ କେବଳ ଠିକାଦାରଙ୍କ ମନଇଛାରେ ତିଆରି ହେଉଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ଜିଲ୍ଲାର କଲ୍ୟାଣ ମଣ୍ଡପ ନିର୍ମାଣକୁ ନେଇ ପ୍ରଶାସନିକ ଆନ୍ତରିକତା କେତେ ରହିଛି ସେଥିରୁ ସ୍ପଷ୍ଟ ହୋଇଛି ।

ଇଟିଭି ଭାରତ, ବୌଦ୍ଧ

ABOUT THE AUTHOR

...view details