ଓଡିଶା

odisha

ETV Bharat / state

ନିମ୍ନମାନର ରାସ୍ତା ନିର୍ମାଣକୁ ବିରୋଧ କରି କାମ ବନ୍ଦ କଲେ ଗ୍ରାମବାସୀ - ବୌଦ୍ଧରେ ନିମ୍ନମାନର ରାସ୍ତା ନିର୍ମାଣ

ନିମ୍ନମାନର ରାସ୍ତା କାମ ଯୋଗୁଁ ନିର୍ମାଣ ହେଉ ହେଉ ଉଠିଯାଉଛି ପିଚୁ । ଏହାର ପ୍ରତିବାଦରେ ବୌଦ୍ଧ ଧଳପୁର ଅଞ୍ଚଳବାସୀ ରାସ୍ତା ନିର୍ମାଣ କାର୍ଯ୍ୟକୁ ବନ୍ଦ କରିଦେଇଛନ୍ତି । ଅଧିକ ପଢନ୍ତୁ

ନିମ୍ନମାନର ରାସ୍ତା ନିର୍ମାଣକୁ ବିରୋଧକରି କାମ ବନ୍ଦ କଲେ ଗ୍ରାମବାସୀ
ନିମ୍ନମାନର ରାସ୍ତା ନିର୍ମାଣକୁ ବିରୋଧକରି କାମ ବନ୍ଦ କଲେ ଗ୍ରାମବାସୀ

By

Published : Dec 29, 2021, 2:08 PM IST

ବୌଦ୍ଧ: ନିମ୍ନମାନର ରାସ୍ତା କାମ ଯୋଗୁଁ ନିର୍ମାଣ(poor road construction) ହେଉ ହେଉ ଉଠିଯାଉଛି ପିଚୁ । ଏହାର ପ୍ରତିବାଦରେ ଅଞ୍ଚଳବାସୀ ରାସ୍ତା ନିର୍ମାଣ କାର୍ଯ୍ୟକୁ କରିଦେଇଛନ୍ତି ବନ୍ଦ । ତେବେ ବୌଦ୍ଧ ଜିଲ୍ଲା ପୁରୁଣାକଟକଠାରୁ ଧଳପୁର ପର୍ଯ୍ୟନ୍ତ ଥିବା ରାଜ୍ୟ ରାଜପଥ ରାସ୍ତା ନିର୍ମାଣ ପାଇଁ 26 କୋଟି ଟଙ୍କା ବ୍ୟୟରେ କାର୍ଯ୍ୟ ଆରମ୍ଭ ହୋଇଥିଲା । ଏଥିପାଇଁ ଶତାଧିକ ଗଛକୁ କାଟି ରାସ୍ତା ପ୍ରଶସ୍ତିକରଣ କାର୍ଯ୍ୟ ଆରମ୍ଭ ହେଲା । କିନ୍ତୁ ରାସ୍ତା ନିର୍ମାଣ କାର୍ଯ୍ୟ ସ୍ଥାନରେ କୌଣସି ବିଭାଗୀୟ ଅଧିକାରୀ ବା ଯନ୍ତ୍ରୀ ଉପସ୍ଥିତ ରହୁନଥିବାରୁ ଠିକାଦାରଙ୍କ ଇଚ୍ଛାରେ ଏହି ରାସ୍ତା ନିର୍ମାଣ ହେଉଥିବା ଅଭିଯୋଗ ହୋଇଛି ।

ନିମ୍ନମାନର ରାସ୍ତା ନିର୍ମାଣକୁ ବିରୋଧକରି କାମ ବନ୍ଦ କଲେ ଗ୍ରାମବାସୀ

ସେପଟେ ନିମ୍ନମାନର ରାସ୍ତା କାମ ଯୋଗୁଁ ଉକ୍ତ ରାସ୍ତାରେ ପିଚୁ କାମ ହେବାର କିଛି ଘଣ୍ଟା ମଧ୍ୟରେ ପିଚୁ ଉଠି ଯାଉଥିବା ଧଳପୁର ଗ୍ରାମବାସୀ ଅଭିଯୋଗ କରି ଉକ୍ତ ରାସ୍ତା ନିର୍ମାଣ କାର୍ଯ୍ୟ ବନ୍ଦ କରିଦେଇଛନ୍ତି । ଗ୍ରାମବାସୀ ଉକ୍ତ ରାସ୍ତାକୁ ଉପଯୁକ୍ତ ଭାବରେ ପୁନଃ ନିର୍ମାଣ ପାଇଁ ଦାବି କରିଛନ୍ତି ।

ଅନ୍ୟପଟେ ଘଟଣାକୁ ବିଭାଗୀୟ ଅଧିକାରୀ ସ୍ବୀକାର କରିବା ସହ ଥଣ୍ଡା ପିଚୁ ଯୋଗୁଁ ଏଭଳି ପରିସ୍ଥିତି ହୋଇଥିବା ତଥା ଉକ୍ତ ରାସ୍ତା ପୁନଃ ନିର୍ମାଣ କରାଯିବ ବୋଲି ସୂଚନା ଦେଇଛନ୍ତି ।


ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details