ବୌଦ୍ଧ: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନେଇ ଚାଲିଛି ପ୍ରଚାର ଅଭିଯାନ। ଏହାରି ଭିତରେ ରାତାରାତି ଏକ ରାସ୍ତା ନିର୍ମାଣକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି । ବୌଦ୍ଧ ଜିଲ୍ଲା ବାମଣ୍ଡା ପଞ୍ଚାୟତର ପନଖିମାଳ ଗ୍ରାମର ମୁଖ୍ୟ ରାସ୍ତା ଠାରୁ ହରିଜନ ବସ୍ତି ପର୍ଯ୍ୟନ୍ତ ରାସ୍ତା ନିର୍ମାଣରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି ।
ଜିଲ୍ଲାରେ ନିର୍ବାଚନ ଉଷ୍ମତା ଥିବାବେଳେ ଠିକାଦାରଙ୍କ ଏଭଳି ତରବରିଆ ଭାବେ ରାତାରାତି ରାସ୍ତା ନିର୍ମାଣକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ନିର୍ମାଣ ହୋଇଥିବା ରାସ୍ତାରେ ଅଳ୍ପ କିଛି ମୋରମ ବିଛାଇ ରାସ୍ତା ନିର୍ମାଣ ସମ୍ପୂର୍ଣ୍ଣ ପାଇଁ ଚେଷ୍ଟା କରୁଥିବା ବେଳେ ଗ୍ରାମବାସୀମାନେ ଉକ୍ତ କାର୍ଯ୍ୟକୁ ବନ୍ଦ କରିଦେଇଛନ୍ତି ।