ବୌଦ୍ଧ: ଜିଲ୍ଲାର ବିଭିନ୍ନ ପଞ୍ଚାୟତର ଉପାନ୍ତ ଗ୍ରାମଗୁଡିକରେ ଉତ୍କଟ ପାନୀୟ ଜଳର ସମସ୍ୟା ଦେଖାଦେଇଛି । ଫଳରେ ଲୋକେ ବାଧ୍ୟ ହୋଇ ଦୂରରୁ ଚୂଆଖୋଳି ପାଣି ସଂଗ୍ରହ କରୁଥିବା ଅଭିଯୋଗ ହୋଇଛି । ଏନେଇ ପଞ୍ଚାୟତ କର୍ତ୍ତୃପକ୍ଷ ଓ ବ୍ଲକରେ ଗୁହାରି ପରେ କୌଣସି ସୁଫଳ ନ ମିଳିବାରୁ ଆଜି(ଗୁରୁବାର) ଅଞ୍ଚଳବାସୀ ଗ୍ରାମ୍ୟ ଜଳଯୋଗାଣ ଅଧିକାରୀଙ୍କୁ ଘେରିବା ସହ ଜିଲ୍ଲାପାଳଙ୍କୁ ଏହାର ପ୍ରତିକାର ପାଇଁ ଗୁହାରି କରିଛନ୍ତି । ତୁରନ୍ତ ଏହି ଜଳ ସମସ୍ୟାର ସମାଧାନ ନ ହେଲେ ଅଞ୍ଚଳବାସୀ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି ।
ଗ୍ରାମରେ ଜଳସଙ୍କଟ: ଜଳଯୋଗାଣ ଅଧିକାରୀଙ୍କୁ ଘେରିଲେ ଗ୍ରାମବାସୀ - drinking water problem
ଉତ୍କଟ ପାନୀୟ ଜଳ ସମସ୍ୟାକୁ ନେଇ ଗ୍ରାମ୍ୟ ଜଳଯୋଗାଣ ଅଧିକାରୀଙ୍କୁ ଘେରିଲେ ଅଞ୍ଚଳବାସୀ । ତୁରନ୍ତ ସମାଧାନ କରାନଗଲେ ରାଜରାସ୍ତାକୁ ଓହ୍ଲାଇବାକୁ ଦେଲେ ଚେତାବନୀ । ଅଧିକ ପଢନ୍ତୁ...
![ଗ୍ରାମରେ ଜଳସଙ୍କଟ: ଜଳଯୋଗାଣ ଅଧିକାରୀଙ୍କୁ ଘେରିଲେ ଗ୍ରାମବାସୀ ଜଳସଙ୍କଟ, ଜଳଯୋଗାଣ ଅଧିକାରୀଙ୍କୁ ଘେରିଲେ ଗ୍ରାମବାସୀ](https://etvbharatimages.akamaized.net/etvbharat/prod-images/768-512-11498805-thumbnail-3x2-bdh.jpg)
ବୌଦ୍ଧ ଜିଲ୍ଲାର ହରଭଙ୍ଗା ବ୍ଲକର ବିଭିନ୍ନ ପଞ୍ଚାୟତରେ ପାନୀୟ ଜଳର ଉତ୍କଟ ଅଭାବ ପରିଲକ୍ଷିତ ହୋଇଛି । ଗୋଟିଏ ପଟେ ଲୋକେ ଦୂଷିତ ପାଣି ପିଇ କିଡନୀ ରୋଗରେ ମୃତ୍ୟୁମୁଖରେ ପଡୁଥିବାବେଳେ ଅନ୍ୟପଟେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ସ୍ବପ୍ନ ପାଲଟିଛି । ହରଭଙ୍ଗା ବ୍ଲକର ବଦଲାସାହିରେ ପାନୀୟ ଜଳର ଅଭାବ ହେତୁ ସ୍ଥାନୀୟ ଜନସାଧାରଣ ଚୂଆପାଣି ଉପରେ ନିର୍ଭର କରୁଥିବା ଅଭିଯୋଗ ହୋଇଛି । ବଦଲାସାହି ସମେତ ରାଉତପଡା, କୁମାରୀ, ଅତଳସରା, ରଖଣୀସାହି, ଖଜୁରୀ ଭଳି ଶତାଧିକ ଗ୍ରାମରେ ପାନୀୟଜଳର ଘୋର ଅଭାବ ଦେଖାଦେଇଛି । ଏନେଇ ଅଞ୍ଚଳବାସୀ ବାରମ୍ବାର ପଞ୍ଚାୟତ ଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନ ନିକଟରେ ଗୁହାରି ପରେ କୌଣସି ସୁଫଳ ନ ମିଳିବାରୁ ଗୁରୁବାର ଜିଲ୍ଲା ଗ୍ରାମ୍ୟ ଜଳଯୋଗାଣ ଅଧିକାରୀଙ୍କୁ ଘେରାଉ କରିବା ସହ ବୌଦ୍ଧ ଜିଲ୍ଲାପାଳଙ୍କୁ ଏହାର ପ୍ରତିକାର ପାଇଁ ଗୁହାରି କରିଥିଲେ ।
ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ