ଓଡିଶା

odisha

ETV Bharat / state

ଜଳଛାୟା ପ୍ରକଳ୍ପ କାର୍ଯ୍ୟାଳୟ ଘେରିଲେ ଉତ୍ୟକ୍ତ ଚାଷୀ - ଚାଷୀଙ୍କ ବିକ୍ଷୋଭ ପ୍ରଦର୍ଶନ

ଜିଲ୍ଲାର ଶତାଧିକ ଚାଷୀ ଜଳଛାୟା କାର୍ଯ୍ୟାଳୟ ଭିତରେ ଧାରଣାରେ ବସି ରହିବା ସହିତ ବିଭାଗୀୟ ମୁଖ୍ୟଙ୍କୁ ଘେରାଉ କଲେ । ଅଧିକ ପଢନ୍ତୁ

irrigation project office
irrigation project office

By

Published : Jun 6, 2023, 8:57 AM IST

ଜଳଛାୟା ପ୍ରକଳ୍ପ କାର୍ଯ୍ୟାଳୟ ଘେରିଲେ ଉତ୍ୟକ୍ତ ଚାଷୀ

ବୌଦ୍ଧ:ଚାଷ ଓ ଚାଷୀଙ୍କ ଉନ୍ନତି ପାଇଁ ସରକାର ମାଳ ମାଳ ଯୋଜନା କରୁଛନ୍ତି । ହେଲେ ଏହାର ବାସ୍ତବ ଚିତ୍ର କିନ୍ତୁ ଓଲଟା । ଜଳଛାୟା ପ୍ରକଳ୍ପ ମାଧ୍ୟମରେ ଫାର୍ମ ପଣ୍ଡଠାରୁ ନେଇ ମନରେଗା ମାଧ୍ୟମରେ ଚାଷୀଙ୍କ ଜମି କ୍ଷେତ ସଜାଡିବାକୁ ଅନେକ ସରକାରୀ ଯୋଜନା ରହିଛି । ଚାଷୀଙ୍କ ଜମିକୁ ସମପତ୍ତନ ହୁଡା ମାଧ୍ୟମରେ ଜଳ ସଂରକ୍ଷଣ ପାଇଁ ବ୍ୟବସ୍ଥା ରହିଥିଲେ ମଧ୍ୟ ବିଭାଗୀୟ ଉଦାସୀନତା ଯୋଗୁଁ ଜିଲ୍ଲାର ଗରିବ ଚାଷୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି । ଏହାର ପ୍ରତିବାଦରେ ଗତକାଲି ଜିଲ୍ଲା ଜଳଛାୟା ପ୍ରକଳ୍ପ କାର୍ଯ୍ୟାଳୟରେ ଚାଷୀମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

ତେବେ ବୌଦ୍ଧ ଜିଲ୍ଲାର ଜଳଛାୟା ପ୍ରକଳ୍ପ ଅଧିନରେ ଚାଷୀଙ୍କ ଉନ୍ନତି ତଥା ଭୂତଳ ଜଳ ସଂରକ୍ଷଣ ପାଇଁ ଅନେକ କାର୍ଯ୍ୟ ରହିଛି । ତନ୍ମଧ୍ୟରୁ ଗରିବ ଚାଷୀଙ୍କ ଜମିର ହିଡ଼ ସଜାଡ଼ି ସମପତ୍ତନ ହୁଡା ମାଧ୍ୟମରେ ଚାଷ ପାଇଁ ଜଳ ସଂରକ୍ଷଣର ବ୍ୟବସ୍ଥା ଅନ୍ୟତମ । କିନ୍ତୁ ବିଭାଗୀୟ ଉଦାସୀନତା କାରଣରୁ ଚାଷୀଙ୍କୁ ଦୀର୍ଘ ଦିନ ଧରି କାର୍ଯ୍ୟାଦେଶ ଦିଆଯାଉ ନାହିଁ । ଜିଲ୍ଲାର ପାଞ୍ଚ ଶହରୁ ଉର୍ଦ୍ଧ୍ବ ଗରିବ ଚାଷୀ ଏହି ସମପତ୍ତନ ହୁଡା ପାଇଁ ପ୍ରାୟ ଅଢେ଼ଇ ମାସ ହେଲା ଆବେଦନ କରିଥିଲେ ମଧ୍ୟ ଜଳଛାୟା ବିଭାଗ ଏନେଇ କୌଣସି ପଦକ୍ଷେପ ଗ୍ରହଣ କରୁନଥିବା ଅଭିଯୋଗ ହୋଇଛି ।

ଚାଷୀମାନେ ଜଳଛାୟା କାର୍ଯ୍ୟାଳୟକୁ ଦୌଡ଼ିଦୌଡ଼ି ନୟାନ୍ତ ହେବା ସହିତ ଅପମାନିତ ହେଉଥିବା ମଧ୍ୟ ଚାଷୀ ଅଭିଯୋଗ କରିଛନ୍ତି । ଶେଷରେ ଗତକାଲି ବୌଦ୍ଧ ଜିଲ୍ଲାର ଶତାଧିକ ଚାଷୀ ଜିଲ୍ଲା ଜଳଛାୟା କାର୍ଯ୍ୟାଳୟ ଭିତରେ ଧାରଣାରେ ବସିବା ସହିତ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଆଲୋଚନା ପାଇଁ ଆସିଥିବା ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ଚାଷୀ ଘେରାଉ କରିବା ସହିତ ପ୍ରଶ୍ନ କରିଥିଲେ । ଗରିବ ଚାଷୀ ଙ୍କ ଜମିହୁଡ଼ା ଉଚ୍ଚ କରି ଜଳଧାରଣ କ୍ଷମତା ବୃଦ୍ଧି ପାଇଁ ସରକାର ମନରେଗା ଯୋଜନା ମାଧ୍ୟମରେ ତଥା ଜଳଛାୟା ବିଭାଗ ଜରିଆରେ ଆର୍ଥିକ ସହାୟତା ଯୋଗାଇ ଦେଇଥାନ୍ତି । କିନ୍ତୁ ବିଭାଗୀୟ କର୍ମଚାରୀ ଓ ଅଧିକାରୀଙ୍କ ଅସହଯୋଗରୁ ବୌଦ୍ଧ ଜିଲ୍ଲାରେ ଏଭଳି ପରିସ୍ଥିତି ଉପୁଜିଥିବା ଚାଷୀ ଅଭିଯୋଗ କରିଛନ୍ତି ।

ସେପଟେ ଜଳଛାୟା ପ୍ରକଳ୍ପ ଅଧିକାରୀ କାଗଜପତ୍ର ସମସ୍ୟା ହେତୁ ଏହି କାର୍ଯ୍ୟ ଅଟକି ରହିଥିବା ସୂଚନା ଦେବା ସହ ଆସନ୍ତା କିଛି ଦିନ ମଧ୍ୟରେ ସମସ୍ୟାର ସମାଧାନ ହୋଇଯିବ ବୋଲି ସୂଚନା ଦେଇଛନ୍ତି । ଭୂତଳ ଜଳସ୍ତର ଓ ମୃତ୍ତିକା ସଂରକ୍ଷଣ ପାଇଁ ସରକାରଙ୍କ ଜଳଛାୟା ବିଭାଗର ମନୋମୁଖି କାର୍ଯ୍ୟକୁ ଚାଷୀ ମହଲରେ ତୀବ୍ର ନିନ୍ଦା କରାଯିବା ସହିତ ଚାଷୀଙ୍କ ସମ୍ମାନ ପାଇଁ ଆଗାମୀ ଦିନରେ ଜମିର ହିଡ଼ ଭଳି ଜମିକୁ ଜଳ ନିମନ୍ତେ ଆନ୍ଦୋଳନ କରାଯିବ ବୋଲି ଚାଷୀ ଚେତାବନୀ ଦେଇଛନ୍ତି । ତୁରନ୍ତ ଏନେଇ ଜଳଛାୟା ବିଭାଗ ଓ ବୌଦ୍ଧ ଜିଲ୍ଲା ପ୍ରଶାସନ ସ୍ବତନ୍ତ୍ର ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ ପାଇଁ ସାଧାରଣରେ ଦାବି ହୋଇଛି ।

ଇଟିଭି ଭାରତ, ବୌଦ୍ଧ

ABOUT THE AUTHOR

...view details