ବୌଦ୍ଧ: ଜିଲ୍ଲା ଜଳଛାୟା ପ୍ରକଳ୍ପରେ ଦୁର୍ନୀତି ଅଭିଯୋଗରେ ବିବାଦ ପିଛା ଛାଡିବାର ନା ଧରୁନି । ବାରମ୍ବାର ବିଭାଗର କାର୍ଯ୍ୟକାରିତାକୁ ନେଇ ଚାଷୀ ମହଲରେ ଅସନ୍ତୋଷ ପ୍ରକାଶ ପାଉଛି । ଫଳରେ ବର୍ତ୍ତମାନ ଜଳଛାୟାର ଅନ୍ୟନାମ ଛାୟା ଦୁର୍ନୀତି ବୋଲି ଚର୍ଚ୍ଚା ହେଉଛି । ବାରମ୍ବାର ଜଳଛାୟା ବିଭାଗର ଅନିୟମିତତା ନେଇ ଅଭିଯୋଗ ହେଉଥିବା ବେଳେ ବର୍ତ୍ତମାନ ଚାଷୀଙ୍କ ପାଇଁ ଉଦ୍ଦିଷ୍ଟ ସରକାରୀ ଅର୍ଥ ପ୍ରଦାନରେ ବ୍ୟାପକ ଅନିୟମିତତା ହୋଇଥିବା ନେଇ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି ।
ସୂଚନା ମୁତାବକ, ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଅନ୍ତର୍ଗତ ସାନମନମୁଣ୍ଡା ଗ୍ରାମର ଗରିବ ଚାଷୀଙ୍କ ପାଇଁ ଉଦ୍ଧିଷ୍ଟ ସରକାରୀ ସହାୟତା ପ୍ରଦାନରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି । ୮ ହଜାର ଟଙ୍କା ପାଇଁ ଚାଷୀଙ୍କ ଠାରୁ ୩୫୦୦ ଟଙ୍କାରୁ ଚାରି ହଜାର ଟଙ୍କା ଲେଖାଏଁ ଲାଞ୍ଚ ଜଣେ ଛାୟା ଠିକାଦାରଙ୍କ ଜରିଆରେ ଜଳଛାୟା ବିଭାଗର ଅଧିକାରୀ ନେଉଛନ୍ତି । ଆଉ ଯେଉଁ ଚାଷୀ ଉକ୍ତ ଅର୍ଥ ଦେଇ ନ ପାରିଲା ତାକୁ ସରକାରୀ ସହାୟତା ମିଳିପାରିନାହିଁ । ଯାହାକୁ ନେଇ ଚାଷୀ ମାନେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି ।
ଏହା ମଧ୍ୟ ପଢନ୍ତୁ - ଜଳଛାୟା ପ୍ରକଳ୍ପ କାର୍ଯ୍ୟାଳୟ ଘେରିଲେ ଉତ୍ୟକ୍ତ ଚାଷୀ