ବୌଦ୍ଧ:ଷ୍ଟୋନ କ୍ରସରକୁ ନେଇ ବିବାଦ ଥମିବାର ନା ଧରୁନି । ବର୍ଷେ ପୂର୍ବରୁ ବୌଦ୍ଧ ଜିଲ୍ଲା ହରଭଙ୍ଗା ତହସିଲ ଅନ୍ତର୍ଗତ ଖରଭୁଇଁ ଗ୍ରାମରେ କ୍ରସର ବନ୍ଦ ପାଇଁ ପ୍ରଶାସନ ନିଷ୍ପତ୍ତି ପରେ ବର୍ତ୍ତମାନ ପୁଣିଥରେ ଚଲାଇବାକୁ ଅନୁମତି ଦିଆଯାଇଛି । ଏହା ବିରୋଧରେ ଗ୍ରାମବାସୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ରାଜରାସ୍ତାକୁ ବନ୍ଦ କରିବା ସହ ମହିଳାମାନେ ରାସ୍ତା ଉପରେ କାର୍ତ୍ତିକ ବ୍ରତ ପାଳନ କରିଛନ୍ତି ।
ଖରଭୁଇଁ ଗ୍ରାମ ନିକଟରେ ଚାରୋଟି ଷ୍ଟୋନ କ୍ରସର ଓ ସାତଟି ପଥର କ୍ବାରି ରହିଛି । ଏଥିଯୋଗୁଁ ଅଞ୍ଚଳରେ ପରିବେଶ ପ୍ରଦୂଷଣ ଓ ସ୍ବାସ୍ଥ୍ୟ ଗତ ସମସ୍ୟା ଅଭିଯୋଗରେ ଦୀର୍ଘ ଦିନ ହେଲା କ୍ରସର ଉଛେଦ ପାଇଁ ଆନ୍ଦୋଳନ ହୋଇ ଆସୁଥିଲା । ଏହାକୁ ଦୃଷ୍ଟିରେ ରଖି ବୌଦ୍ଧ ଜିଲ୍ଲା ପ୍ରଶାସନ ଗତ ବର୍ଷ କ୍ରସର ଗୁଡିକୁ ବନ୍ଦ କରିଥିଲା । କିନ୍ତୁ କିଛିଦିନ ପୂର୍ବରୁ ବନ୍ଦ ଥିବା କ୍ରସର ପୁନଃ କାର୍ଯ୍ୟକ୍ଷମ ପାଇଁ ପ୍ରଶାସନ ନିଷ୍ପତ୍ତି ନେଇଥିବାରୁ ଏହା ବିରୋଧରେ ପୁଣିଥରେ ଖରଭୁଇଁ ଅଞ୍ଚଳରେ ବିରୋଧ ଦେଖିବାକୁ ମିଳିଛି ।
ଗତ 1 ତାରିଖ ଠାରୁ ଅଞ୍ଚଳର ଶତାଧିକ ମହିଳା ପୁରୁଷ ଏବଂ ସ୍କୁଲ ଛାତ୍ରଛାତ୍ରୀ କ୍ରସରକୁ ସଂଯୋଗ କରୁଥିବା ରାସ୍ତାରେ ଗଣଧାରଣାରେ ବସିରହିଛନ୍ତି । କାର୍ତ୍ତିକ ମାସ ପଞ୍ଚୁକ ଚାଲୁଥିବାରୁ ମହିଳାମାନେ ଧାରଣା ସ୍ଥଳରେ ବ୍ରତ ପାଳନ କରିଛନ୍ତି । ଏନେଇ ସେମାନେ କହିଛନ୍ତି, "କ୍ରସର ବ୍ଲାଷ୍ଟିଂ ଯୋଗୁଁ ଘର ଗୁଡ଼ିକ ଭାଙ୍ଗିବାକୁ ବସିଛି । ଗ୍ରାମର ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଦେଉଛି ।