ବୌଦ୍ଧ:ଉପାନ୍ତ ଅଞ୍ଚଳରେ ଅପହଞ୍ଚ ହୋଇଛି ସରକାରୀ ଯୋଜନା। ରାଜ୍ୟ ସରକାର ଶିଶୁ ଓ ମହିଳାଙ୍କ ବିକାଶ ପାଇଁ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଥିବାବେଳେ ବୌଦ୍ଧ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ସରକାରୀ ଯୋଜନାର ବାଟବଣା ହୋଇଥିବା ଦେଖିବାକୁ ମିଳିଛି । ବିଭିନ୍ନ ମୌଳିକ ଅଧିକାରରୁ ବଞ୍ଚିତ ହେଉଛନ୍ତି ଅଞ୍ଚଳବାସୀ ।
ବୌଦ୍ଧ ଜିଲ୍ଲାର ତିନୋଟି ବ୍ଲକର ଅନେକ ପଞ୍ଚାୟତରେ ଏଭଳି ଶତାଧିକ ଗ୍ରାମ ରହିଛି ଯେଉଁ ସ୍ଥାନକୁ ରାସ୍ତା ନଥିବା ହେତୁ ସରକାରଙ୍କ କଲ୍ୟାଣକାରୀ ଯୋଜନା ପହଞ୍ଚି ପାରିନାହିଁ । ସଦର ବ୍ଲକ ଅନ୍ତର୍ଗତ ଟିକରପଡା, ଆମ୍ବଝରୀ, ଗୁନ୍ଦୁଳିଆ ଭଳି ପଞ୍ଚାୟତର ଅପହଞ୍ଚ ଗ୍ରାମ ମଧ୍ୟରେ ଜିଲେଜୁ,ପଡମ,ମାତାଗାଡୁ,ଭୂତମୁଣ୍ଡି,ଦମଣ୍ଡା, କାମାରକୋଡା,ଡଙ୍କେଣୀ,ଲକଡପାଜୁ,ସାଲଦରଙ୍ଗା ଭଳି ଅନେକ ଗ୍ରାମ ରହିଛି ।