ଓଡିଶା

odisha

ETV Bharat / state

ବୌଦ୍ଧରେ ମନରେଗା ଯୋଜନାରେ ଅନିୟମିତତା ଅଭିଯୋଗ - ବୌଦ୍ଧ ମନରେଗା ଯୋଜନା

ଉପାନ୍ତ ଅଞ୍ଚଳରେ ବାଟବଣା ହେଲା ମନରେଗା ଯୋଜନା । ବୌଦ୍ଧ ଜିଲ୍ଲା ଅନେକ ପଞ୍ଚାୟତରେ ମନରେଗା ଯୋଜନାରେ ଅନିୟମିତତା ଅଭିଯୋଗ ହୋଇଛି । ଅଧିକ ପଢ଼ନ୍ତୁ

villagers complain against mgnrega yojna in boudh
ବୌଦ୍ଧରେ ମନରେଗା ଯୋଜନାରେ ଅନିୟମିତତା ଅଭିଯୋଗ

By

Published : Apr 24, 2022, 3:04 PM IST

ବୌଦ୍ଧ: ଉପାନ୍ତ ଅଞ୍ଚଳରେ ବାଟବଣା ହେଲା ମନରେଗା ଯୋଜନା(MANREGA) । ଗରିବ ଲୋକଙ୍କୁ କାମ ଯୋଗାଇ ଦେବା ପାଇଁ ସରକାରଙ୍କ ମନରେଗା ଯୋଜନା ରହିଛି । ମାତ୍ର ବୌଦ୍ଧ ଜିଲ୍ଲାରେ ବ୍ଲକ ପ୍ରଶାସନ ଲୋକଙ୍କୁ କାମ ନଦେଇ ମେସିନ ସାହାଯ୍ୟରେ କାମ କରୁଥିବା ଅଭିଯୋଗ ହୋଇଛି । ଫଳରେ ମନରେଗା ଯୋଜନାରେ ଅନିୟମିତତା ଦେଖା ଦେଖାଦେଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।

ବୌଦ୍ଧରେ ମନରେଗା ଯୋଜନାରେ ଅନିୟମିତତା ଅଭିଯୋଗ

ବୌଦ୍ଧ ଜିଲ୍ଲାର ଅନେକ ପଞ୍ଚାୟତରେ ମନେରେଗା ଯୋଜନାରେ ଅନିୟମିତତା ଦେଖାଦେଇଛି । ଯୋଜନା ଅଧିନରେ ଚାଲିଥିବା ପ୍ରକଳ୍ପ ଗୁଡ଼ିକର କାର୍ଯ୍ୟ ମଣିଷ ପରିବର୍ତ୍ତେ ମେସିନ ସାହାଯ୍ୟରେ କରାଯାଉଛି । ବିଭିନ୍ନ କ୍ଷେତ୍ରରେ ପ୍ରଶାସନର ମନମୁଖୀ ଶାସନ ଚାଲୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।

ଅନେକ ଗରିବ ଶ୍ରମିକ ଶ୍ରେଣୀର ଲୋକଙ୍କ ନିକଟରେ ଏହି ଯୋଜନା ପହଞ୍ଚି ପାରୁନାହିଁ । ବିଶେଷ ଭାବରେ ୨୪ଟି ପଞ୍ଚାୟତକୁ ନେଇ ଗଠିତ କଣ୍ଟାମାଳ ବ୍ଲକର ଅଧିକାଂଶ ପଞ୍ଚାୟତରେ ମନରେଗା ଯୋଜନାର ସୂଚନା ଫଳକ ଲଗାଇ ମେସିନ ଦ୍ବାରା କାର୍ଯ୍ୟ କରାଯାଉଛି । ସେହିପରି ଯୋଗୀନ୍ଦ୍ରପୁର ପଞ୍ଚାୟତର ପଦ୍ମ ତୋଳି ଗ୍ରାମର ପୋଖରୀ ଓ ରାସ୍ତା ନିର୍ମାଣରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି । ତେଣୁ ତୁରନ୍ତ ଏ ଦିଗରେ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ପଦକ୍ଷେପ ଗ୍ରହଣ ପାଇଁ ଦାବି ହୋଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details