ଓଡିଶା

odisha

ETV Bharat / state

ସାଲୁଙ୍କୀ ନଦୀ ଉପତ୍ୟକାରା ଚାଷ କରି ଲାଭବାନ ଚାଷୀ - ସାଲୁଙ୍କୀ ନଦୀ

ଗ୍ରୀଷ୍ମପ୍ରବାହ ସମୟରେ ଚାଷୀଙ୍କ ଜୀବନ ଜୀବିକାର ମାଧ୍ୟମ ପାଲଟିଛି ସାଲୁଙ୍କୀ ନଦୀ । ଅଧିକ ପଢନ୍ତୁ

Villagers are dependent salunki river for farming
Villagers are dependent salunki river for farming

By

Published : May 21, 2023, 12:40 PM IST

Villagers are dependent salunki river for farming

ବୌଦ୍ଧ: ପ୍ରବଳ ଗ୍ରୀଷ୍ମପ୍ରବାହ ଯୋଗୁଁ ଅସ୍ତବ୍ୟସ୍ତ ହୋଇପଡିଛି ଜନ ଜୀବନ । ପିଇବା ପାଣି ଟୋପାଏ ପାଇଁ ଲୋକେ କଲବଲ ହେଉଥିବା ବେଳେ ଚାଷ ଜମିକୁ କିପରି ପାଣି ଯୋଗାଇବେ ସେନେଇ ଚିନ୍ତାରେ ରହିଛନ୍ତି । ଏପରି ସମୟରେ ଲୋକଙ୍କ ଜୀବନ ଜୀବିକାର ମାଧ୍ୟମ ପାଲଟିଛି ସାଲୁଙ୍କୀ ନଦୀ । ହଜାର ହଜାର ଚାଷୀ ବୌଦ୍ଧ ଜିଲ୍ଲାର ସାଲୁଙ୍କୀ ନଦୀରୁ ଉଠା ଜଳସେଚନ ମାଧ୍ୟମରେ ଅର୍ଥକାରୀ ପନିପରିବା ଚାଷ କରି ଲାଭବାନ ହୋଇପାରିଛନ୍ତି ।

ଜିଲ୍ଲାର ମଧ୍ୟ ଭାଗରେ ପ୍ରବାହିତ ହେଉଛି ସାଲୁଙ୍କୀ ନଦୀ । ବର୍ଷ ବର୍ଷ ଧରି ଏହା ଲୋକଙ୍କ ଜୀବନ ଜାବିକା ପାଇଁ ସହାୟକ ହୋଇଆସିଛି । ଗଡଜାତ ଶାସନ କାଳରେ ପ୍ରାୟ ଦୁଇ ଶହ ବର୍ଷ ପୂର୍ବରୁ ଏହି ସାଲୁଙ୍କୀ ନଦୀରେ ପ୍ରଥମ ବନ୍ଧ ପଥରବନ୍ଧା କରାଯାଇ ଜଳସେଚନ ପାଇଁ ପ୍ରଚେଷ୍ଟା ଆରମ୍ଭ ହୋଇଥିଲା । ପରବର୍ତ୍ତୀ ସମୟରେ ନଦୀର ପାଲଝାର ଠାରେ ଓଡ଼ିଶାର ସବୁଠାରୁ କମ ଖର୍ଚ୍ଚରେ ଡ୍ୟାମ ନିର୍ମାଣ କରାଯାଇ ଏକ ବିସ୍ତୃତ ଅଞ୍ଚଳକୁ ଜଳସେଚନର ସୁବିଧା ସୃଷ୍ଟି କରାଯାଇଥିଲା । ବୌଦ୍ଧ ଜିଲ୍ଲାର ପାଲଝାର ଡ୍ୟାମ ଆଜି ପର୍ଯ୍ୟନ୍ତ ଏକ ମଡେଲ ହୋଇ ରହିଥିବା ବେଳେ ସେଠାରୁ ସାଲୁଙ୍କୀ ନଦୀ ମହାନଦୀରେ ମିଶ୍ରଣ ପର୍ଯ୍ୟନ୍ତ ଥିବା ନଦୀ ଉପତ୍ୟକା ସ୍ଥାନୀୟ ଲୋକଙ୍କ ଜୀବନ ଜୀବିକା ସହ ଜଡିତ ହୋଇ ରହିଆସିଛି ।

ସୂଚନା ମୁତାବକ, ବୌଦ୍ଧ ଜିଲ୍ଲାର ବଘିଆପଡା, ବ୍ରାହ୍ମଣୀ ପାଲି, ମୁଣ୍ଡାପଡା, ଖୁଣ୍ଟବନ୍ଧ,ବଢିଗାଁ, ପଦ୍ମନପୁର ଭଳି ପଞ୍ଚାୟତର ଅଧିବାସୀ ଏହି ସାଲୁଙ୍କୀ ନଦୀ ଉପରେ ନିର୍ଭର କରୁଥିବା ବେଳେ ଟିକରପଡା ଓ ଆମ୍ବଝରୀ ପଞ୍ଚାୟତର ଆଂଶିକ ଅଞ୍ଚଳବାସୀ ଏହା ଉପରେ ନିର୍ଭର କରନ୍ତି । ସାଲୁଙ୍କୀ ନଦୀ କୂଳରେ ରହିଛି ଜିଲ୍ଲାର ବ୍ରହ୍ମଚାରୀ, ଗିରାସିଙ୍ଗା, ପୋଲାମ ଭଳି ଅନେକ ଗ୍ରାମ । ଏହି ଗ୍ରାମରେ ଚାଷୀ ମାନେ ନଦୀ କୂଳରେ ଅର୍ଥକାରୀ ପନିପରିବା ଚାଷ କରି ସଫଳ ଚାଷୀ ହୋଇପାରିଛନ୍ତି । ଆଠଟି ପଞ୍ଚାୟତର 52 ଗୋଟି ସ୍ଥାନରେ ସାଲୁଙ୍କୀ ନଦୀର ଜଳକୁ ଉଠା ଜଳସେଚନ ମାଧ୍ୟମରେ ପ୍ରକଳ୍ପ ପ୍ରତିଷ୍ଠା କରାଯାଇ 1216 ହେକ୍ଟର ଅଞ୍ଚଳକୁ ଜଳସେଚନ କରାଯାଇପାରୁଛି । ଏହାଛଡା ସାଲୁଙ୍କୀ ନଦୀରେ ଆହୁରି 22 ଗୋଟି ପ୍ରକଳ୍ପରୁ ଅଧିକ 540 ହେକ୍ଟର ଅଞ୍ଚଳକୁ ଜଳସେଚନର ଲକ୍ଷ୍ୟ ରଖାଯାଇଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏସବୁ ଜଳସେଚନ କେବଳ ଅର୍ଥକାରୀ ପନିପରିବା ଚାଷ ନିମନ୍ତେ ଉପଯୋଗ କରାଯାଉଛି ।

ସାଲୁଙ୍କୀ ନଦୀ ଉପତ୍ୟକାରେ ବର୍ଷ ତମାମ ପନିପରିବା ଚାଷ କରି ଚାଷୀ ମାନେ ଆର୍ଥିକ ସ୍ତରରେ ବେଶ ସ୍ବାବଲମ୍ବୀ ହୋଇପାରିଛନ୍ତି । ଏନେଇ ବୌଦ୍ଧ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ସହଯୋଗ ଯୋଗାଇ ଦିଆଯାଇଛି । ତେବେ ଜିଲ୍ଲାରେ କୌଣସି ବୃହତ ଶୀତଳ ଭଣ୍ଡାର ନଥିବାରୁ ଅନେକ ସମୟରେ ଚାଷୀ ଅଭାବୀ ବିକ୍ରିର ସମ୍ମୁଖୀନ ହେଉଛନ୍ତି । ଜିଲ୍ଲାର ହରଭଙ୍ଗା, ବୌଦ୍ଧ ଓ କଣ୍ଟାମାଳ ବ୍ଲକର ବିଭିନ୍ନ ଜଳ ଉତ୍ସରେ ପ୍ରସ୍ତାବିତ ଉଠାସେଚନ ପ୍ରକଳ୍ପ ଓ ବୋରୱଲକୁ ବିଦ୍ୟୁତ ସଂଯୋଗ ହୋଇ ନଥିବାରୁ ଅଞ୍ଚଳର ଚାଷୀ ଅସନ୍ତୋଷ ପ୍ରକାଶ କରିଛନ୍ତି । ବିଶେଷ ଭାବରେ ଠିକାଦାରଙ୍କ ମନମୁଖି କାର୍ଯ୍ୟ ଯୋଗୁଁ ଏଭଳି ପରିସ୍ଥିତି ଉପୁଜିଥିବା ଅଭିଯୋଗ ହୋଇଥିବା ବେଳେ ଜିଲ୍ଲା ପ୍ରଶାସନ ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ଚାଷୀ ଦାବି କରିଛନ୍ତି ।

ଇଟିଭି ଭାରତ, ବୌଦ୍ଧ

ABOUT THE AUTHOR

...view details