ଓଡିଶା

odisha

ETV Bharat / state

ଫରେଷ୍ଟରଙ୍କ ଘରେ ଭିଜିଲାନ୍ସ ଚଢାଉ, ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ - ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗ

କେନ୍ଦୁପତ୍ର ବିଭାଗର ଫରେଷ୍ଟର ଜଗବନ୍ଧୁ ପାତ୍ରଙ୍କ ଘରେ ଭିଜିଲାନ୍ସ ବିଭାଗ ଅତର୍କିତ ଚଢାଉ କରିଛି ।

ଫଟୋ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

By

Published : Sep 26, 2019, 2:15 PM IST


ବୌଦ୍ଧ: କେନ୍ଦୁପତ୍ର ବିଭାଗର ଫରେଷ୍ଟର ଜଗବନ୍ଧୁ ପାତ୍ରଙ୍କ ଘରେ ଭିଜିଲାନ୍ସ ବିଭାଗ ଅତର୍କିତ ଚଢାଉ କରିଛି । ବୌଦ୍ଧ, କନ୍ଧମାଳ ଓ ବ୍ରହ୍ମପୁର ଭିଜିଲାନ୍ସର ସ୍ବତନ୍ତ୍ର ଟିମ ଏହି ଚଢାଉ କରିଛନ୍ତି । ଭିଜିଲାନ୍ସ ଅଧିକାରୀମାନେ ତାଙ୍କ ଘର, ଅଳଙ୍କାର, ଟଙ୍କା, ବ୍ୟାଙ୍କ ଆକାଉଣ୍ଟ ଓ ଅନ୍ୟାନ୍ୟ ଦାମୀ ସାମଗ୍ରୀର ଆକଳନ ଜାରି ରଖିଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

ସ୍ବଳ୍ପ ଚାକିରୀ କାଳ ମଧ୍ୟରେ କିଭଳି ଏତେ ଅମାପ ସମ୍ପତ୍ତିର ମାଲିକ ହେଲେ ତାର ପୁରା ଖୋଳତାଡ ଭିଜିଲାନ୍ସ କରିବ ବୋଲି ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି ।

ବୌଦ୍ଧ ନିକଟସ୍ଥ ରଇଠାଣୀ ଗ୍ରାମରେ ବାସ କରୁଥିବା ଜଗବନ୍ଧୁ ପାତ୍ର ସାଧାରଣ ଫରେଷ୍ଟ ଗାର୍ଡରୁ କାମ ଆରମ୍ଭ କରିଥିବା ବେଳେ ବର୍ତ୍ତମାନ ଫରେଷ୍ଟର ଭାବରେ କାର୍ଯ୍ୟକରୁଛନ୍ତି । ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କ ଘରେ ଏହି ଚଢାଉ କରାଯାଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details