ଓଡିଶା

odisha

ETV Bharat / state

ବୌଦ୍ଧରେ ଗଛକଟା ଦୁର୍ନୀତି ଅଭିଯୋଗ, ଭିଜିଲାନ୍ସ ତଦନ୍ତ ଦାବି - wood cutting corruption in boudh

ରାସ୍ତା ପ୍ରଶସ୍ତିକରଣ ପାଇଁ କଟାଯାଉଥିବା ଗଛରେ ଦୁର୍ନୀତି ଅଭିଯୋଗ । ଗଛକଟା ଦୁର୍ନୀତିରେ ଜନୈକ ବିଭାଗୀୟ ଅଧିକାରୀଙ୍କ ସମ୍ପୃକ୍ତି ଅଭିଯୋଗ କରି ତଦନ୍ତ ଦାବି କରିଛନ୍ତି ସ୍ବେଚ୍ଛାସେବୀ।

wood cutting corruption
ବୌଦ୍ଧରେ ଗଛକଟା ଦୁର୍ନୀତି ଅଭିଯୋଗ, ଭିଜିଲାନ୍ସ ତଦନ୍ତ ଦାବି

By

Published : Feb 12, 2020, 8:50 PM IST

ଭୁବନେଶ୍ବର: ରାସ୍ତା ପ୍ରଶସ୍ତିକରଣ ପାଇଁ କଟାଯାଉଥିବା ଗଛରେ ଦୁର୍ନୀତି ଅଭିଯୋଗ । ଗଛକଟା ଦୁର୍ନୀତିରେ ଜନୈକ ବିଭାଗୀୟ ଅଧିକାରୀଙ୍କ ସମ୍ପୃକ୍ତି ଅଭିଯୋଗ କରି ତଦନ୍ତ ଦାବି କରିଛନ୍ତି ସ୍ବେଚ୍ଛାସେବୀ।

ବୌଦ୍ଧ ଜିଲ୍ଲାର ବିଭିନ୍ନ ରାସ୍ତାର ପ୍ରଶସ୍ତିକରଣରେ ବଳି ପଡିଛି ହଜାର ହଜାର ଗଛ । କିନ୍ତୁ ସେହି ଗଛକଟାରେ ମଧ୍ୟ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି । ଫରେଷ୍ଟ କର୍ପୋରେସନ ଅଧିନରେ କାର୍ଯ୍ୟରତ ଜନୈକ ଅଧିକାରୀଙ୍କ ଏହି ଦୁର୍ନୀତିରେ ସମ୍ପୃକ୍ତି ଥିବା ଜଣେ ସ୍ବେଛାସେବୀ ବୁଧବାର ଜିଲ୍ଲାପାଳ, ଭିଜିଲାନ୍ସ, ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି । ଏହାସହ ଏହାର ଭିଜିଲାନ୍ସ ତଦନ୍ତ ପାଇଁ ସେ ଦାବି କରିଛନ୍ତି ।

ବୌଦ୍ଧରେ ଗଛକଟା ଦୁର୍ନୀତି ଅଭିଯୋଗ, ଭିଜିଲାନ୍ସ ତଦନ୍ତ ଦାବି

ଶ୍ରମିକ ପାଉଣା ଠାରୁ ଆରମ୍ଭ କରି ଡିପୋରେ କାଠ ପହଞ୍ଚିବା ପର୍ଯ୍ୟନ୍ତ ସବୁଥିରେ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି । ସେପଟେ ଏହାର ତଦନ୍ତ କରାଯିବ ବୋଲି ବିଭାଗର ଡିଏମ କହିଛନ୍ତି ।

ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details