ଓଡିଶା

odisha

By

Published : Oct 31, 2021, 7:34 PM IST

ETV Bharat / state

ବୌଦ୍ଧରେ ଫେଲ ଭିଜିଲାନ୍ସ, ଦୁର୍ନୀତିରେ ଉବୁଟୁବୁ ବିଭିନ୍ନ ବିଭାଗ

ବୌଦ୍ଧରେ ଉଦଯାପିତ ହୋଇଛି ଦୁର୍ନୀତି ନିବାରଣ ସଚେତନତା ସପ୍ତାହ । ତେବେ ଜିଲ୍ଲା ଦୁର୍ନୀତିରେ ଉବୁଟୁବୁ ହେଉଥିବା ହେଉଥିବା ସରକାରୀ ଅଧିକାରୀ କରିଛନ୍ତି ସ୍ବୀକାର । ଅଧିକ ପଢନ୍ତୁ...

ବୌଦ୍ଧରେ ଭିଜିଲାନ୍ସ ସମସ୍ୟା: ଦୁର୍ନୀତିରେ ଉବୁଟୁବୁ ବିଭିନ୍ନ ବିଭାଗ
ବୌଦ୍ଧରେ ଭିଜିଲାନ୍ସ ସମସ୍ୟା: ଦୁର୍ନୀତିରେ ଉବୁଟୁବୁ ବିଭିନ୍ନ ବିଭାଗ

ବୌଦ୍ଧ:ଉଦଯାପିତ ହେଲା ଦୁର୍ନୀତି ନିବାରଣ ସଚେତନତା ସପ୍ତାହ । ତେବେ ଜିଲ୍ଲାର ବିଭିନ୍ନ ବିଭାଗ ଓ ପଞ୍ଚାୟତ ଗୁଡିକରେ ଦୁର୍ନୀତି ଚରମ ଶିଖରରେ ପହଞ୍ଚିଥିବା ବେଳେ ଭିଜିଲାନ୍ସ ବିଭାଗକୁ ଏତେଟା ସଫଳତା ମିଳିପାରୁ ନାହିଁ । ସେପଟେ ଏ ଦିଗରେ ବିଭାଗ ତତ୍ପରତା ପ୍ରକାଶ କରି ଦୁର୍ନୀତିକୁ ରୋକିବା ପାଇଁ ସାଧାରଣରେ ଦାବି ହୋଇଛି ।

ବୌଦ୍ଧରେ ଭିଜିଲାନ୍ସ ସମସ୍ୟା: ଦୁର୍ନୀତିରେ ଉବୁଟୁବୁ ବିଭିନ୍ନ ବିଭାଗ

ଜିଲ୍ଲାରେ ଦୁର୍ନୀତି ଚରମ ଶିଖରରେ ପହଞ୍ଚିଥିବା ବେଳେ ଭିଜିଲାନ୍ସ ବିଭାଗ ଏହାକୁ ରୋକିବାରେ ଅସମର୍ଥ ହୋଇପଡିଛି । ପଲିଥିନ ସମଗ୍ର ପରିବେଶକୁ ଦୂଷିତ କଲା ଭଳି ଦୁର୍ନୀତିକୁ ବନ୍ଦ କରାଯାଇପାରିବ ନାହିଁ ବୋଲି ଖୋଦ୍‌ ସରକାରୀ ଅଧିକାରୀମାନେ ସ୍ବୀକାର କରିଛନ୍ତି । ଜିଲ୍ଲାର ଭିଜିଲାନ୍ସ ବିଭାଗ ପକ୍ଷରୁ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ଉଦଯାପିତ ହୋଇଛି । ଆଜି(ରବିବାର) ମଧ୍ୟ ରାଷ୍ଟ୍ରୀୟ ଏକତା ସପ୍ତାହ ଉଦଯାପିତ ହୋଇଥିଲା । ତେବେ ଜିଲ୍ଲାର ବିଭିନ୍ନ ବିଭାଗ ଓ ପଞ୍ଚାୟତ ଗୁଡିକରେ ଦୁର୍ନୀତି ଚରମ ଶିଖରରେ ପହଞ୍ଚି ଯାଇଛି ।

ଏନ.ଆର.ଇ.ଜି.ଏସ, ଜଳସେଚନ, ଫାର୍ମ ପଣ୍ଡ, ଜବ କାର୍ଡ, ରାସ୍ତାଘାଟ ତଥା ସର୍ବୋପରି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହୋଇଥିବା ଦୁର୍ନୀତିର ଲମ୍ବା ତାଲିକା ରହିଛି । ଭିଜିଲାନ୍ସ ବିଭାଗ ବିଗତ 5 ବର୍ଷ ମଧ୍ୟ ହାତଗଣତି କେତୋଟି ଟ୍ରାପ କେସ କରି ଚୁପ ବସିଥିବା ବେଳେ ଅନେକ ସ୍ଥାନରେ ବ୍ୟାପକ ସରକାରୀ ଅର୍ଥର ହରିଲୁଟ ହେଉଛି । କେବଳ ଔପଚାରିକତା ଦୃଷ୍ଟିରୁ ଭିଜିଲାନ୍ସ ସଚେତନ ସପ୍ତାହ ପାଳନ କରାଯାଉଥିବା ଚର୍ଚ୍ଚା ହେଉଛି । ଏଣୁ ଭିଜିଲାନ୍ସ ବିଭାଗ ଏ ଦିଗରେ ଅଧିକ ତତ୍ପରତା ପ୍ରକାଶ କରି ଏଭଳି ଦୁର୍ନୀତିର ପର୍ଦ୍ଦାଫାଶ ପାଇଁ ସାଧାରଣରେ ଦାବି ହୋଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details