ବୌଦ୍ଧ: ସମସ୍ୟା ଘେରରେ ଦୈନିକ ବଜାର । ବୌଦ୍ଧ ଜିଲ୍ଲାର ଏକମାତ୍ର ଏନଏସି ଅଧିନରେ ଥିବା ସର୍ବ ପୁରାତନ ମାର୍କେଟ ବର୍ତ୍ତମାନ ବ୍ୟାପକ ଅବ୍ୟବସ୍ଥା ଘେରରେ ରହିଛି । ପରିସ୍ରାଗାର ଠାରୁ ନେଇ ଟିକସ ବୃଦ୍ଧି ଭଳି ବିଭିନ୍ନ ସମସ୍ୟା ଦେଇ ଗତି କରୁଛନ୍ତି ଏଠାକାର ବ୍ୟବସାୟୀ ।
ଗତ ଦୁଇ ବର୍ଷ ପୂର୍ବରୁ କୋରୋନା କଟକଣା ଯୋଗୁଁ ବଜାରକୁ ଗଣେଶ ମାର୍କେଟ ଠାରୁ ଉଠାଇ ନେଇ ବୁଦ୍ଧଦେବ ପଡିଆରେ ଖୋଲା ଯାଇଥିଲା । ଏବେ ଉକ୍ତ ଦୈନିକ ବଜାରରେ ପାନୀୟ ଜଳ, ପରିସ୍ରାଗାର, ସାଇକେଲ ଷ୍ଟାଣ୍ଡ, ଟିକସ ବୃଦ୍ଧି ଭଳି ବିଭିନ୍ନ ସମସ୍ୟା ଲାଗିରହିଛି । ଗୋଟିଏପଟେ ଜିଲ୍ଲାରେ ପନିପରିବା ଦର ଆକାଶ ଛୁଆଁ ହେଉଥିବା ବେଳେ ବଟି ବା ଟିକସ ବୃଦ୍ଧି ଯୋଗୁଁ ଉଭୟ ଚାଷୀ ଓ ଖାଉଟି ହଇରାଣ ହେଉଛନ୍ତି ।