ଓଡିଶା

odisha

ETV Bharat / state

ପନିପରିବା ଚାଷ ଦେଇଛି ମାର୍ଦ୍ଦିଙ୍ଗ ଗାଁକୁ ଭିନ୍ନ ପରିଚୟ - Vegetable farming

ଜଳସେଚନର ସୁବିଧା ନଥିଲେ ମଧ୍ୟ ଗ୍ରାମବାସୀଙ୍କ ମିଳିତ ଉଦ୍ୟମରେ ପାହାଡି ଝରଣାର ପାଣି କ୍ଷେତରେ ମଡାଇ ଫଳାଇଛନ୍ତି ସବୁଜ ପନିପରିବା । ବୌଦ୍ଧ ଜିଲ୍ଲା ମାର୍ଦ୍ଦିଙ୍ଗ ଗ୍ରାମର ଲୋକେ ଦୀର୍ଘ 8 ରୁ 10 ବର୍ଷ ହେଲା ନିଜସ୍ବ ଉଦ୍ୟମରେ ଫଳାଇଛନ୍ତି ଭଳି କି ଭଳି ପନିପରିବା ।

ପନିପରିବା ଚାଷ ଦେଇଛି ମାର୍ଦ୍ଦିଙ୍ଗ ଗାଁକୁ ଭିନ୍ନ ପରିଚୟ
ପନିପରିବା ଚାଷ ଦେଇଛି ମାର୍ଦ୍ଦିଙ୍ଗ ଗାଁକୁ ଭିନ୍ନ ପରିଚୟ

By

Published : Dec 18, 2020, 9:34 PM IST

ବୌଦ୍ଧ: ନିଜସ୍ବ ଉଦ୍ୟମରେ ପାହାଡି ପଡିଆକୁ କଲେ ସବୁଜ ଶସ୍ୟଶାମଳା । ଜଳସେଚନର ସୁବିଧା ନଥିଲେ ମଧ୍ୟ ଗ୍ରାମବାସୀଙ୍କ ମିଳିତ ଉଦ୍ୟମରେ ପାହାଡି ଝରଣାର ପାଣି କ୍ଷେତରେ ମଡାଇ ଫଳାଇଛନ୍ତି ସବୁଜ ପନିପରିବା । ବୌଦ୍ଧ ଜିଲ୍ଲା ମାର୍ଦ୍ଦିଙ୍ଗ ଗ୍ରାମର ଲୋକେ ଦୀର୍ଘ 8 ରୁ 10 ବର୍ଷ ହେଲା ନିଜସ୍ବ ଉଦ୍ୟମରେ ଫଳାଇଛନ୍ତି ଭଳି କି ଭଳି ପନିପରିବା ।

ପନିପରିବା ଚାଷ ଦେଇଛି ମାର୍ଦ୍ଦିଙ୍ଗ ଗାଁକୁ ଭିନ୍ନ ପରିଚୟ

ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ସଦର ମହକୁମା ଚାରିଛକ ଠାରୁ ଅଳ୍ପ କିଛି ଦୂରରେ ଅବସ୍ଥିତ ମାର୍ଦ୍ଦିଙ୍ଗ ଗ୍ରାମ । ଗ୍ରାମଟି ଏକ ପାହାଡିଆ ଅଞ୍ଚଳରେ ଥିବାରୁ ଏଠାକୁ ଜଳସେଚନର କୌଣସି ସୁବିଧା ନାହିଁ । ତେବେ ଗ୍ରାମବାସୀ ଗତ କିଛିବର୍ଷ ପୂର୍ବରୁ ଏକତ୍ରିତ ହୋଇ ଗାଁ ନିକଟରେ ବୋହିଯାଉଥିବା ପାହାଡି ଝରଣାର ପାଣିକୁ ଜମିରେ ମଡାଇବାକୁ ସକ୍ଷମ ହୋଇଥିଲେ ।

ପନିପରିବା ଚାଷ ଦେଇଛି ମାର୍ଦ୍ଦିଙ୍ଗ ଗାଁକୁ ଭିନ୍ନ ପରିଚୟ

ଏବେ ଏହି ଗାଁ ପାଲଟି ଯାଇଛି ପନିପରିବା ଉତ୍ପାଦନର ପ୍ରମୁଖ କେନ୍ଦ୍ର । ତେବେ ଗତ କିଛିବର୍ଷ ତଳେ ଗ୍ରାମବାସୀଙ୍କ ମିଳିତ ଉଦ୍ୟମରେ ଗାଁରେ ପାଣି ପହଞ୍ଚି ପାରିବା ସହ ପନିପରିବା ଉତ୍ପାଦନ ହୋଇପାରିଛି ।

ପନିପରିବା ଚାଷ ଦେଇଛି ମାର୍ଦ୍ଦିଙ୍ଗ ଗାଁକୁ ଭିନ୍ନ ପରିଚୟ

ବିନା ସରକାରୀ ସହାୟତାରେ ଗ୍ରାମବାସୀ ବର୍ତ୍ତମାନ ସେଠାରେ ବାଇଗଣ, ଭେଣ୍ଡି, ଝୁଡୁଙ୍ଗ,କଦଳୀ, କୋବି, ଟମାଟ ଭଳି ବିଭିନ୍ନ ପନିପରିବା ଫଳାଇବା ସହ ନିକଟସ୍ଥ ବଜାରରେ ବିକ୍ରି କରି ପରିବାର ଚଳାଉଛନ୍ତି । ତେବେ ସଦାସର୍ବଦା ଏମାନେ ଅଭାବୀ ବିକ୍ରିର ସମ୍ମୁଖୀନ ହେବା ସହ ବନ୍ୟଜନ୍ତୁଙ୍କ ଭୟ ଏମାନଙ୍କୁ ଚିନ୍ତିତ କରୁଛି ।

ପନିପରିବା ଚାଷ ଦେଇଛି ମାର୍ଦ୍ଦିଙ୍ଗ ଗାଁକୁ ଭିନ୍ନ ପରିଚୟ

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details