ବୌଦ୍ଧ:ଏକମାତ୍ର ପୌରାଞ୍ଚଳର ଜାଗା ମିଶନରେ ବ୍ୟାପକ ସମସ୍ୟା ଦେଖାଦେଇଛି । ସ୍ଥାନୀୟ ତଥା ଉପଯୁକ୍ତ ହିତାଧିକାରୀଙ୍କୁ ଏହି ଯୋଜନାରେ ସାମିଲ କରାଯାଉନଥିବା ଅଭିଯୋଗ ହୋଇଥିବା ବେଳେ ଏନେଇ ବିଜେପି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି ।
ଭୂମିହୀନ ପ୍ରଜାଙ୍କୁ ସହରାଞ୍ଚଳରେ ଥଇଥାନ ପାଇଁ ସରକାର ଜାଗା ମିଶନର ଶୁଭାରମ୍ଭ କରିଥିଲେ । କିନ୍ତୁ ବୌଦ୍ଧ ଜିଲ୍ଲାର ଏକମାତ୍ର NACରେ ଏହି ଯୋଜନା ବ୍ୟାପକ ସମସ୍ୟାରେ ଛନ୍ଦି ହୋଇଯାଇଛି । ୧୭ଗୋଟି ଓ୍ବାର୍ଡକୁ ନେଇ ଗଠିତ ବୌଦ୍ଧ ପୌରାଞ୍ଚଳରେ ଅନେକ ହିତାଧିକାରୀଙ୍କୁ ଏହି ଯୋଜନାରେ ସାମିଲ କରାଯାଇଛି । ତେବେ କେତେକ ବସ୍ତିରେ ସ୍ଥାନୀୟ ତଥା ଉପଯୁକ୍ତ ହିତାଧିକାରୀଙ୍କୁ ଏହି ଜାଗା ମିଶନରେ ସାମିଲ କରାଯାଇନଥିବା ଅଭିଯୋଗ ହୋଇଛି ।