ବୌଦ୍ଧ: ଉପାନ୍ତ ଅଞ୍ଚଳରେ ଅପହଞ୍ଚ ସରକାରୀ ଯୋଜନା । ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, ପାନୀୟଜଳ, ଆବାସ, ଏମଜିଏନଆରଇଜିଏସ ଭଳି ଯୋଜନା ଅନେକ ଗ୍ରାମରେ ସାତ ସପନ ହୋଇଥିବାରୁ ଆଗାମୀ ପଞ୍ଚାୟତ ଭୋଟ ବର୍ଜନ ପାଇଁ ଅଞ୍ଚଳବାସୀଙ୍କ ଚେତାବନୀ ।
ଉପାନ୍ତ ଅଞ୍ଚଳରେ ପହଞ୍ଚିପାରୁନି ବିକାଶ, ପଞ୍ଚାୟତ ଭୋଟ ବର୍ଜନ ଚେତାବନୀ - ସରକାରଙ୍କ ବିରୋଧରେ ତେଜିଲେ ଲୋକେ ବୌଦ୍ଧ
ଉପାନ୍ତ ଅଞ୍ଚଳରେ ଅପହଞ୍ଚ ସରକାରୀ ଯୋଜନା । ପଞ୍ଚାୟତ ନିର୍ବାଚନରେ ଭୋଟ ବର୍ଜନ କରିବାକୁ ଚେତାବନୀ । ଅଧିକ ପଢନ୍ତୁ
ଉପାନ୍ତ ଅଞ୍ଚଳରେ ପହଞ୍ଚି ପାରୁନି ବିକାଶ, ପଞ୍ଚାୟତ ଭୋଟ ବର୍ଜନ ଚେତାବନୀ
ଏସବୁ ଅଞ୍ଚଳରେ ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, ପାନୀୟଜଳ, ଜଳସେଚନ, ଆବାସ ଓ ଏମଜିଏନଆର ଇଜିଏସ ଅପହଞ୍ଚ ହୋଇ ରହିଛି । ଅନେକ ସ୍ଥାନକୁ ଆଜି ପର୍ଯ୍ୟନ୍ତ କେବଳ ପାଦଚଲା ରାସ୍ତା ରହିଛି । ଏପରିକି ଅନେକ ସ୍ଥାନରେ ଅଙ୍ଗନବାଡି କେନ୍ଦ୍ରଟିଏ ମଧ୍ୟ ନାହିଁ । ତେଣୁ ଏସବୁ ସମସ୍ୟାର ସମାଧାନ ନହେଲେ ପଞ୍ଚାୟତ ଭୋଟ ବର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି ଅଞ୍ଚଳବାସୀ ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ