ବୌଦ୍ଧ:ବୌଦ୍ଧଜିଲ୍ଲାର ବନ୍ୟପ୍ରାଣୀ ଅଭୟାରଣ୍ୟ ଭିତରେ ଓ ନିକଟବର୍ତ୍ତୀ ଗ୍ରାମ ଗୁଡିକରେ ସରକାରଙ୍କ ବିଭିନ୍ନ ଯୋଜନା ଅପହଞ୍ଚ ହୋଇ ପଡିଛି । ଖାଲି ନିର୍ବାଚନ ସମୟ ଆସିଲେ ଏଠାରେ ପ୍ରତିଶୃତି ବର୍ଷା ହୋଇଥାଏ । ତେବେ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର 9 ନମ୍ବର ଜୋନ ଅନ୍ତର୍ଗତ କୁଶଙ୍ଗ, ମହାଲିକପଡା ଓ ତଳଗାଁ ପଞ୍ଚାୟତକୁ ସଂଲଗ୍ନ ରହିଛି ମହାନଦୀ ବନ୍ୟପ୍ରାଣୀ ଅଭୟାରଣ୍ୟ ।
ଏହା ହେଉଛି ସାତକୋଶିଆ ଅଭୟାରଣ୍ୟ କୋର ଏରିଆ ଭାବରେ ମଧ୍ୟରେ ପରିଚିତ । ମାତ୍ର ଏହି କୋର ଅଞ୍ଚଳର ମାରଡା, ପଦ୍ମତୋଳା, ଗେରେଡିସାହି,ତୈଳାସାହି ଭଳି ଅନେକ ଗ୍ରାମ ସହିତ ଅଭୟାରଣ୍ୟ ନିକଟବର୍ତ୍ତୀ ଅତଳସରା, ଭାବପୁର, ସାତଖଣ୍ଡ ଭଳି ବହୁତ ଗାଁରେ ଯେମିତି ସରକାରୀ ଯୋଜନା ଅପହଞ୍ଚ । ସେହିପରି ଏଠାରେ ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, ପାନୀୟଜଳ, ବିଦ୍ୟୁତ, ଆବାସ, ଜଳସେଚନ ଭଳି ଯୋଜନା ଏପରିକି ଅଙ୍ଗନବାଡି କେନ୍ଦ୍ରକୁ ନେଇ ସମସ୍ୟା ଲାଗି ରହିଛି ।