ଓଡିଶା

odisha

ETV Bharat / state

ଗୁପ୍ତ ରୀତିନୀତିରେ ଦେବୀ ଭୈରବୀଙ୍କ ଶାରଦୀୟ ଷୋହଳ ପୂଜା - durga puja

କୋରୋନା କଟକଣା ମଧ୍ୟରେ ଚାଲିଛି ନବରାତ୍ର ପୂଜା । ତେବେ ପୁରୁଣା କଟକ ସ୍ଥିତ ଦେବୀ ଭୈରବୀଙ୍କ ପୀଠରେ ଚାଲିଛି ଗୁପ୍ତ ରୀତିନୀତିରେ ଶାରଦୀୟ ଷୋହଳ ପୂଜା। ଅଧିକ ଖବର ପଢନ୍ତୁ...

ଗୁପ୍ତ ରୀତିନୀତିରେ ଦେବୀ ଭୈରବୀଙ୍କ ଶାରଦୀୟ ଷୋହଳ ପୂଜା
ଗୁପ୍ତ ରୀତିନୀତିରେ ଦେବୀ ଭୈରବୀଙ୍କ ଶାରଦୀୟ ଷୋହଳ ପୂଜା

By

Published : Oct 21, 2020, 8:16 AM IST

Updated : Oct 21, 2020, 11:33 AM IST

ବୌଦ୍ଧ: କୋରୋନା କଟକଣା ମଧ୍ୟରେ ବୌଦ୍ଧ ଜିଲ୍ଲାର ବିଭିନ୍ନ ଦେବୀ ପୀଠରେ ଚାଲିଛି ନବରାତ୍ର ପୂଜା । ଚଳିତ ବର୍ଷ କୋରୋନା ଯୋଗୁଁ ଦେବୀ ପୀଠ ଗୁଡିକରେ କେବଳ ମହିଷା ମର୍ଦିନୀ ଦେବୀ ଦୁର୍ଗାଙ୍କ ପୂଜା ରୀତିନୀତି ଅନୁଷ୍ଠିତ ହେଉଛି।

ଗୁପ୍ତ ରୀତିନୀତିରେ ଦେବୀ ଭୈରବୀଙ୍କ ଶାରଦୀୟ ଷୋହଳ ପୂଜା

ବୌଦ୍ଧ ସହରର ମାଳିସାହି ପୂଜା ମଣ୍ଡପରେ ନବରାତ୍ର ପୂର୍ବ ନିରାଡମ୍ବର ଭାବରେ ଅନୁଷ୍ଠିତ ହେଉଛି । ସେପଟେ ବୌଦ୍ଧର ଈଷ୍ଟଦେବୀ ମା ଭୈରବୀଙ୍କ ପୀଠରେ ଶାରଦୀୟ ଷୋହଳ ପୂଜାର ଅଂଶ ବିଶେଷ ଗୁପ୍ତ ରୀତିନୀତିରେ ପୂଜାର୍ଚ୍ଚନା ଚାଲିଛି।

ବର୍ତ୍ତମାନ ଦେବୀ ଭୈରବୀଙ୍କ ସାଧାରଣ ଦର୍ଶନ ସମ୍ପୂର୍ଣ୍ଣ ନିଷେଧ ଥିବା ବେଳେ କେବଳ ପୂଜକ ଓ ସେବାୟତ ଭୈରବୀ ମନ୍ଦିରରେ ପ୍ରବେଶର ଅନୁମତି ରହିଛି । ତେବେ କୋରୋନା କଟକଣା ଯୋଗୁଁ ସେବାୟତଙ୍କ ଆର୍ଥିକ ଅବସ୍ଥା ଅତ୍ୟନ୍ତ ଗୁରୁତର ହୋଇପଡିଥିବା ସେବାୟତ ମାନେ କହିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Last Updated : Oct 21, 2020, 11:33 AM IST

ABOUT THE AUTHOR

...view details