ବୌଦ୍ଧ: ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଗ୍ରୀନଜୋନରେ ଥିବା ବୌଦ୍ଧ ଜିଲ୍ଲାରେ ଲକଡାଉନ ନିୟମକୁ କିଛି ମାତ୍ରାରେ କୋହଳ କରିଛି ଜିଲ୍ଲା ପ୍ରଶାସନ । କିନ୍ତୁ ପ୍ରଥମ ଦିନରୁ ହିଁ ଯେଉଁ ଚିତ୍ର ଦେଖିବାକୁ ମିଳିଲା ସେଥିପାଇଁ ସମସ୍ତେ ଚିନ୍ତିତ ହୋଇପଡିଛନ୍ତି । ବୌଦ୍ଧ ସହରର ବିଭିନ୍ନ ବ୍ୟାଙ୍କରେ ସାମାଜିକ ଦୂରତା କଟକଣାକୁ ସମ୍ପୂର୍ଣ୍ଣ ରୂପେ ଅଣଦେଖା କରାଯାଇଛି ।
ଲକଡାଉନ କଟକଣା କୋହଳ ପରେ ବୌଦ୍ଧରେ ଅଣାୟତ ପରିସ୍ଥିତି - Uncontrollable situation in Boudh
ଲକଡାଉନ ନିୟମରେ ଆଂଶିକ କୋହଳ ହେବାର ପ୍ରଥମ ଦିନରେ ଅବ୍ୟବସ୍ଥା ଦେଖା ଦେଇଛି । ଯାହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବୁଦ୍ଧିଜୀବି । ବିଶେଷ ଭାବରେ ବ୍ୟାଙ୍କ ଗୁଡିକରେ ସାମାଜିକ ଦୂରତା କଟକଣା ସମ୍ପୂର୍ଣ୍ଣ ଫେଲ ମାରିଲା ଭଳି ମନେ ହୋଇଛି ।
![ଲକଡାଉନ କଟକଣା କୋହଳ ପରେ ବୌଦ୍ଧରେ ଅଣାୟତ ପରିସ୍ଥିତି Uncontrollable situation in Boudh after Lockdown relaxation](https://etvbharatimages.akamaized.net/etvbharat/prod-images/768-512-6868033-924-6868033-1587385775575.jpg)
ଲକଡାଉନ କଟକଣା କୋହଳ ପରେ ବୌଦ୍ଧରେ ଅଣାୟତ ପରିସ୍ଥିତି
ଲକଡାଉନ କଟକଣା କୋହଳ ପରେ ବୌଦ୍ଧରେ ଅଣାୟତ ପରିସ୍ଥିତି
ସେପଟେ ସରସରା ଠାରେ ଗ୍ୟାସ ବିତରଣ କେନ୍ଦ୍ର ଓ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ ଆଗରେ ଛୋଟରୁ ବଡ ପର୍ଯ୍ୟନ୍ତ ଲୋକେ ଡହଡହ ଖରାରେ ଛିଡା ହେବାର ଦୃଶ୍ୟ ସମସ୍ତଙ୍କୁ ବିଚଳିତ କରିଛି । ଏ ସମ୍ପର୍କରେ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ପଦକ୍ଷେପ ଗ୍ରହଣ କରିବାକୁ ବୁଦ୍ଧିଜୀବି ଦାବି କରିଛନ୍ତି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ