ଓଡିଶା

odisha

By

Published : Aug 24, 2021, 11:26 AM IST

ETV Bharat / state

ବିକାଶରୁ ବହୁ ଦୂରରେ ବୌଦ୍ଧର ଦୁଇ ଆଦିବାସୀ ଅଧ୍ୟୁଷିତ ପଞ୍ଚାୟତ

ଆଦିବାସୀ ଅଧ୍ୟୁଷିତ ଦୁଇଟି ପଞ୍ଚାୟତର ହଜାର ହଜାର ଚାଷୀ ଜଳସେଚନ ଅଭାବରୁ ବର୍ଷ ବର୍ଷ ଧରି ମରୁଡିର ସମ୍ମୁଖୀନ ହେଉଛନ୍ତି । ଜଳସେଚନ ସହିତ ଗମନାଗମନ ଓ ବିଭିନ୍ନ ମୌଳିକ ସୁବିଧାରୁ ଅଞ୍ଚଳବାସୀ ବଞ୍ଚିତ ରହୁଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ...

ବିକାଶର ବହୁ ଦୂରରେ  ବୌଦ୍ଧ ଜିଲ୍ଲାର ଦୁଇ ଆଦିବାସୀ ଅଧ୍ୟୁଷିତ ପଞ୍ଚାୟତ
ବିକାଶର ବହୁ ଦୂରରେ ବୌଦ୍ଧ ଜିଲ୍ଲାର ଦୁଇ ଆଦିବାସୀ ଅଧ୍ୟୁଷିତ ପଞ୍ଚାୟତ

ବୌଦ୍ଧ:ବିକାଶର ବହୁ ଦୂରରେ ବୌଦ୍ଧ ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଟିକରପଡା ଓ ଆମ୍ବଝରୀ ପଞ୍ଚାୟତ । ଯେଉଁଠାରେ ରୁହନ୍ତି ଆଦିବାସୀ ସମ୍ପ୍ରଦାୟ । ଆଦିବାସୀଙ୍କ ବିକାଶ ପାଇଁ ସରକାର ଡିଣ୍ଡିମ ପିଟୁଥିବା ବେଳେ ଏଠାରେ କିନ୍ତୁ ମାଟି ମାଡିନି ବିକାଶର ଚିହ୍ନ । ପାନୀୟ ଜଳ ହେଉ ଅବା ଗମନାଗମନ , ମୌଳିକ ସୁବିଧାରୁ ବଞ୍ଚିତ ହୋଇଛନ୍ତି ଏଠାର ଲୋକେ । ଜଳସେଚନର ସୁବିଧା ନଥିବାରୁ ଏହି ପଞ୍ଚାୟତରେ ବର୍ଷ ବର୍ଷ ଧରି ମରୁଡି ଏକ ସାଧାରଣ କଥା ହୋଇଗଲାଣି ।

ବିକାଶରୁ ବହୁ ଦୂରରେ ବୌଦ୍ଧ ଜିଲ୍ଲାର ଦୁଇ ଆଦିବାସୀ ଅଧ୍ୟୁଷିତ ପଞ୍ଚାୟତ

ଆଶ୍ଚର୍ଯ୍ୟର କଥା ଯେ ଜିଲ୍ଲାର ଅଧିକାଂଶ ଅଞ୍ଚଳକୁ ଜଳସେଚନ କରୁଥିବା ସାଲୁଙ୍କୀ ନଦୀ ଏହି ଦୁଇ ପଞ୍ଚାୟତ ନିକଟରେ ହିଁ ପ୍ରବାହିତ ହେଉଛି । ଉକ୍ତ ସାଲୁଙ୍କୀ ନଦୀର ଗୁରୁଜୀମୁଣ୍ଡା ଠାରେ ସ୍ବଳ୍ପ ବ୍ୟୟରେ ଏକ ବୃହତ ଜଳସେଚନ ପ୍ରକଳ୍ପ ନିର୍ମାଣ ପାଇଁ ଦୀର୍ଘ ବର୍ଷରୁ ଅଞ୍ଚଳବାସୀ ଦାବି କରିଆସୁଥିଲେ ମଧ୍ୟ ଏନେଇ କୌଣସି ସୁଫଳ ମିଳୁନାହିଁ । ସେହିପରି କେବଳ ବଘିଆପଡା ଠାରୁ ଟିକରପଡା ପର୍ଯ୍ୟନ୍ତ ଓ ବଘିଆପଡା ଠାରୁ ଶଗଡା ପର୍ଯ୍ୟନ୍ତ ଥିବା ପୂର୍ତ୍ତ ବିଭାଗ ଗୋଟିଏ ମାତ୍ର ସବୁଦିନିଆ ରାସ୍ତା ହୋଇଥିବା ବେଳେ ଦୁଇ ପଞ୍ଚାୟତର ଅନେକ ଗାଁ କୁ ଭଲ ରାସ୍ତା ଖଣ୍ଡେ ନାହିଁ ।

ଜଳସେଚନର ଅସୁବିଧା ତଥା ଗମନାଗମନର ବିଛିନ୍ନତା ହେତୁ ଅଞ୍ଚଳର ନିରୀହ ଆଦିବାସୀଙ୍କୁ ଗଞ୍ଜେଇ ଚାଷରେ ମାଫିଆମାନେ ନିୟୋଜିତ କରୁଥିବା ଚର୍ଚ୍ଚା ହେଉଛି । ଦୁଇ ପଞ୍ଚାୟତରେ ଆବାସ ଯୋଜନା ଠାରୁ ଆରମ୍ଭ କରି ସରକାରଙ୍କ ବିଭିନ୍ନ କଲ୍ୟାଣକାରୀ ଯୋଜନା ଠିକରେ ପହଞ୍ଚି ପାରୁନଥିବା ଅଞ୍ଚଳବାସୀ ବାରମ୍ବାର ଅଭିଯୋଗ କରିଆସୁଛନ୍ତି । ତେବେ ତୁରନ୍ତ ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଦୁଇ ପଞ୍ଚାୟତ ର ବିକାଶ ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହୋଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details