ଓଡିଶା

odisha

ETV Bharat / state

ଯେବେ ଧନୀ ପାଲଟେ ଗରିବ: କ୍ଷୀର ଭାତ ଖାଉଥିବା 2 ଭଉଣୀ ଏବେ ଦାଣ୍ଡରେ

ବୌଦ୍ଧ ବ୍ଲକ ମୁର୍ଷୁଣ୍ଢିର ଜଣେ ଜଣାଶୁଣା ଜମିଦାର ସ୍ବର୍ଗତଃ ଚୈତନ୍ୟ ମହାକୁଡଙ୍କ ଦୁଇ ନାତୁଣୀଙ୍କର ଏବେ ପରିସ୍ଥିତି ଶୋଚନୀୟ । ମୁଣ୍ଡ ଗୁଞ୍ଜିବାକୁ ଭଲ ଛାତ ଖଣ୍ଡେ ନାହିଁ କି ଦୁଇ ଓଳା ଦୁଇ ମୁଠା ଖାଇବାକୁ ନାହିଁ ।

ଫଟୋ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

By

Published : Jul 11, 2019, 6:39 PM IST

ବୌଦ୍ଧ: ଏକଦା ଜମି ବାଡି, ଧାନ ଚାଉଳ, ହଳିଆ ମୂଲିଆରେ ଘରଦ୍ବାର ଫାଟି ପଡୁଥିଲା । କିନ୍ତୁ ଏବେ ଦୁଇ ଓଳା ଦୁଇ ମୁଠା ଖାଇବାକୁ ନାହିଁ । ମୁଣ୍ଡ ଗୁଞ୍ଜିବାକୁ ଭଲ ଛାତ ଖଣ୍ଡେ ନାହିଁ । ଏପରି ଦେଖିବାକୁ ମିଳିଛି ବୌଦ୍ଧ ବ୍ଲକର ମୁର୍ଷୁଣ୍ଢି ଗ୍ରାମର ଦୁଇ ଭଉଣୀ କାଞ୍ଚନ ମହାକୁଡ ଓ ଘରମଣି ମହାକୁଡଙ୍କ କ୍ଷେତ୍ରରେ । ଅସହାୟ ଓ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ କାଳ କାଟୁଛନ୍ତି ଏହି ଦୁଇ ଭଉଣୀ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

ମୁର୍ଷୁଣ୍ଢିର ଜଣେ ଜଣାଶୁଣା ଜମିଦାର ସ୍ବର୍ଗତଃ ଚୈତନ୍ୟ ମହାକୁଡଙ୍କ ନାତୁଣୀ ହେଉଛନ୍ତି ଏହି ଦୁଇ ଭଉଣୀ । ଯେ କି ଗାଁର ସ୍କୁଲ ଓ ଅନ୍ୟ ଜନହିତକର ଅନୁଷ୍ଠାନ ନିମନ୍ତେ ଜାଗା ବାଡି ଯୋଗାଇ ଦେଇଥିଲେ । ତେବେ ଏବେ ତାଙ୍କ ପରିସ୍ଥିତି ଶୋଚନୀୟ । ଦିନେ କ୍ଷୀର ଭାତ ଖାଉଥିବା ଦୁଇ ଭଉଣୀ ଆଜି ଭଲ ଖାଦ୍ୟ ଟିକେ ପାଉନାହାଁନ୍ତି ।

ତେବେ ତାଙ୍କୁ ସରକାରୀ ସହାୟତା ମଧ୍ୟ ମିଳିନାହିଁ । ଫଳରେ ହଇରାଣରେ ଚଳୁଛନ୍ତି ଦୁଇ ଭଉଣୀ । ସେପଟେ ଏନେଇ ବୌଦ୍ଧ ବିଡିଓଙ୍କୁ ଜଣାଇ ପରେ ସରକାରୀ ଯୋଜନା କିଭଳି ଦୁଇ ଭଉଣୀ ପାଇବେ, ସେ ନେଇ ଚେଷ୍ଟା କରାଯିବ ବୋଲି ସେ ଜଣାଇଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details