ଓଡିଶା

odisha

ETV Bharat / state

ଧାନବିକ୍ରି ପାଇଁ ଜମି ପଞ୍ଜିକରଣ ଦୁର୍ନୀତି, ଦୁଇ ସମବାୟ ସମ୍ପାଦକ ନିଲମ୍ବିତ - corruption in paddy sale

ଧାନ ବିକ୍ରି ପାଇଁ ଚଞ୍ଚକତା କରି ଦୁଇ ସମବାୟ ସମିତିର ସଂପାଦକ ନିଲମ୍ବିତ। ରାମଗଡ ଓ ବଘିଆପଡା ସମବାୟ ସମିତିର ସମ୍ପାଦକ ଖାଲି ଜମିକୁ ଚାଷଜମି ଦର୍ଶାଇ ଧାନ ବିକ୍ରି ପାଇଁ ପଞ୍ଜିକରଣ କରାଇଥିବା ଅଭିଯୋଗ ହୋଇଥିଲା । ଅଧିକ ପଢ଼ନ୍ତୁ...

two paddy Cooperative officer suspended due to corruption in paddy sale registration in boudh
ଧାନବିକ୍ରି ପାଇଁ ଜମି ପଞ୍ଜିକରଣ ଦୁର୍ନୀତି, ଦୁଇ ସମବାୟ ସମ୍ପାଦକ ନିଲମ୍ବିତ

By

Published : Jan 14, 2021, 8:14 PM IST

Updated : Jan 14, 2021, 8:30 PM IST

ବୌଦ୍ଧ: ଧାନ ବିକ୍ରି ପାଇଁ ଚଞ୍ଚକତା କରି ଦୁଇ ସମବାୟ ସମିତିର ସଂପାଦକ ନିଲମ୍ବିତ ହୋଇଛନ୍ତି। ବୌଦ୍ଧ ଜିଲ୍ଲାର ରାମଗଡ ଓ ବଘିଆପଡ଼ାରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି। ଦୁଇ ସମବାୟ ସମିତିର ସମ୍ପାଦକ ଧାନ ବିକ୍ରି ପାଇଁ ଚାଷୀଙ୍କ ନାମ ପଞ୍ଜିକରଣ ବେଳେ ଖାଲି ଜମିକୁ ଚାଷ ଜମି ବୋଲି ଦର୍ଶାଇଥିବା ଅଭିଯୋଗ ହୋଇଛି।

ଧାନବିକ୍ରି ପାଇଁ ଜମି ପଞ୍ଜିକରଣ ଦୁର୍ନୀତି, ଦୁଇ ସମବାୟ ସମ୍ପାଦକ ନିଲମ୍ବିତ

ରାମଗଡ ଓ ବଘିଆପଡା ସମବାୟ ସମିତିର ସମ୍ପାଦକ ଖାଲି ଜମିକୁ ଚାଷଜମି ଦର୍ଶାଇ ଧାନ ବିକ୍ରି ପାଇଁ ପଞ୍ଜିକରଣ କରାଇଥିବା ଅଭିଯୋଗ ହୋଇଥିଲା । ଅଭିଯୋଗ ଅନୁଯାୟୀ ଏକ ଟାସ୍କଫୋର୍ସ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ପରେ ବୌଦ୍ଧ ଏଆରସିଏସ(ARCS) ଉଭୟ ବଘିଆପଡା ଓ ରାମଗଡ ସମବାୟ ସମ୍ପାଦକଙ୍କୁ ନିଲମ୍ବିତ କରିଛନ୍ତି।

ସ୍ଥାନୀୟ ଆରଆଇ(RI) ଓ କୃଷି କ୍ଷେତ୍ର କର୍ମଚାରୀଙ୍କ ମିଳିତ ରିପୋର୍ଟ ପରେ ଚାଷୀଙ୍କ ଧାନକିଣା ପଞ୍ଜିକରଣ ହେଉଛି। ତେବେ କେବଳ ସମବାୟ ସମ୍ପାଦକଙ୍କୁ ନିଲମ୍ବିତ ନେଇ ଘଟଣାକୁ ସନ୍ଦେହ ଘେରକୁ ଟାଣି ନେଉଥିବା ଆଲୋଚନା ହେଉଛି। ସେପଟେ ଜିଲ୍ଲାର ଅନେକ ଧାନ ମଣ୍ଡିରେ ଏଭଳି ଦୁର୍ନୀତି ହୋଇଥିବା ଜିଲ୍ଲା କିଷାନ ସଂଘ ପକ୍ଷରୁ ବାରମ୍ବାର ଅଭିଯୋଗ ହୋଇ ଆସୁଛି। ଏ ଦିଗରେ ଜିଲ୍ଲା ପ୍ରଶାସନ ନିକଟରେ ଖବର ଥିଲେ ସୁଦ୍ଧା କୌଣସି କାର୍ଯ୍ୟାନୁଷ୍ଠାନ ହେଉନଥିବା ଅଭିଯୋଗ ହୋଇଛି।

ଏହି ମାମଲାକୁ ନେଇ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି। ସେହିପରି ହରଭଙ୍ଗା ଧାନକ୍ରୟ କେନ୍ଦ୍ରରେ ସମୟ ପୂର୍ବରୁ ମଣ୍ଡିରେ ଥିବା 280 ଧାନବସ୍ତାକୁ ଜବତ କରାଯାଇଥିବା ସୂଚନା ମିଳିଛି। ଧାନବିକ୍ରିକୁ ନେଇ ଚଞ୍ଚକତା ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Last Updated : Jan 14, 2021, 8:30 PM IST

ABOUT THE AUTHOR

...view details