ବୌଦ୍ଧ: ଅବ୍ୟବସ୍ଥା ଘେରରେ ରହିଛି ଜିଲ୍ଲାର ଦୁଇ ପୁରୁଣା ରାଜସ୍ବ କାର୍ଯ୍ୟାଳୟ । ଲୋକଙ୍କୁ ବର୍ଷ ତମାମ ସେବା ଯୋଗାଉଥିବା ଆର୍ଆଇ କାର୍ଯ୍ୟାଳୟର ଏଭଳି ଅବ୍ୟବସ୍ଥା ବର୍ତ୍ତମାନ ସମସ୍ତଙ୍କୁ ଦୁଃଖିତ କରିଛି । ଜିଲ୍ଲାର ଦୁଇ ପୁରୁଣା ରାଜସ୍ବ କାର୍ଯ୍ୟାଳୟ ବ୍ୟାପକ ସମସ୍ୟା ଘେରରେ ଛନ୍ଦି ହୋଇରହିଛି । ଦୁଇ ରାଜସ୍ବ କାର୍ଯ୍ୟାଳୟ ଉକ୍ତ ବିଭାଗର ପୁରୁଣା ବଙ୍ଗଳା ମଧ୍ୟରେ ଚାଲିଥିବା ବେଳେ ଉକ୍ତ ଘର ମଧ୍ୟ ଅତ୍ୟନ୍ତ ବିପଦଶଙ୍କୁଳ ଅବସ୍ଥାରେ ରହିଛି ।
ଏହା ମଧ୍ୟ ପଢ଼ନ୍ତୁ...ସମସ୍ୟା ଘେରରେ ମନମୁଣ୍ଡା, ସମାଧାନ ପାଇଁ ସରପଞ୍ଚଙ୍କ ଦାବି
ବୌଦ୍ଧ ଜିଲ୍ଲାର ତିନୋଟି ତହସିଲ ଅଧିନରେ ଥିବା ରାଜସ୍ବ କାର୍ଯ୍ୟାଳୟ ମଧ୍ୟରୁ ବୌଦ୍ଧ ତହସିଲ ଅନ୍ତର୍ଗତ ଦହ୍ୟା ଆର୍ଆଇ ଅଫିସ ଓ କଣ୍ଟାମାଳ ତହସିଲ ଅନ୍ତର୍ଗତ ମନମୁଣ୍ଡା ଆର୍ଆଇ ଅଫିସ ଅତ୍ୟନ୍ତ ଦୁର୍ବଳ ଗୃହରେ ଚାଲିଥିବା ସୂଚନା ମିଳିଛି । ମନମୁଣ୍ଡା ଏକ ପ୍ରମୁଖ ବ୍ୟବସାୟିକ ପେଣ୍ଠସ୍ଥଳୀ ହୋଇଥିବା ବେଳେ ପ୍ରତ୍ୟେକ ଦିନ ରାଜସ୍ବ କାର୍ଯ୍ୟାଳୟକୁ ଶତାଧିକ ହିତାଧିକାରୀ ବିଭିନ୍ନ କାର୍ଯ୍ୟ ପାଇଁ ଆସିଥାନ୍ତି । କିନ୍ତୁ ରାଜସ୍ବ କାର୍ଯ୍ୟାଳୟର ଅବସ୍ଥା ଅତ୍ୟନ୍ତ ଦୁର୍ବଳ ହୋଇ ପଡ଼ିରହିଛି । ଆର୍ଆଇ ଅଫିସଟି ବିଭାଗର ପୁରୁଣା ବଙ୍ଗଳାରେ ହିଁ ଦୀର୍ଘ ବର୍ଷ ହେବ ଚାଲି ଆସୁଛି । ଫଳରେ ସାଧାରଣ ହିତାଧିକାରୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।