ଓଡିଶା

odisha

ETV Bharat / state

ସାବିତ୍ରୀକୁ ଆଉ ଦୁଇ ଦିନ, ଆକାଶଛୁଆଁ ଫଳ ଦର - ଫଳ

ଆଉ ଦୁଇ ଦିନ ପରେ ସାବିତ୍ରୀ । ଏନେଇ ଫଳ ବଜାରରେ ଦେଖିବାକୁ ମିଳିଛି ସାବିତ୍ରୀ ଓ ସତ୍ୟବାନଙ୍କ ଭିଡ । ହେଲେ ଫଳବଜାରରେ ବଢୁଥିବା ଦରକୁ ଦେଖି ଛାନିଆ ଗ୍ରାହକ ।

ଫଟୋ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

By

Published : Jun 1, 2019, 6:25 PM IST

Updated : Jun 1, 2019, 6:58 PM IST

ବୌଦ୍ଧ: ଆଉ ଦୁଇ ଦିନ ପରେ ଆସୁଛି ସାବିତ୍ରୀ । ଏନେଇ ଫଳ ବଜାରରେ ଦେଖିବାକୁ ମିଳିଛି ସାବିତ୍ରୀ ଓ ସତ୍ୟବାନଙ୍କ ଭିଡ । ହେଲେ ଫଳବଜାରରେ ବଢୁଥିବା ଦରରକୁ ଦେଖି ଛାନିଆ ଗ୍ରାହକ । ଯେଉଁ ଫଳ ଦୁଇ ଦିନ ତଳେ କେଜି ଶହେ ଟଙ୍କାରେ ମିଳୁଥିଲା ତାହା ଆଜି 2ଶହ ଟଙ୍କା ପାର ହୋଇଛି । ଅନ୍ୟପଟେ ପୂଜା ସାମଗ୍ରୀର ଦର ମଧ୍ୟ ବଢିବାରେ ଲାଗିଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

ସହରର ବିଭିନ୍ନ ଫଳ ବଜାରରେ ଚଢା ଦର ଯୋଗୁଁ ଚିନ୍ତାରେ ଗ୍ରାହକ । ଅନ୍ୟପଟେ ସାବିତ୍ରୀ ପାଇଁ ଆବଶ୍ୟକ କାଠ ପାନିଆ, ଚୂଡି, ସିନ୍ଦୂର, କଜଳ, ଦର୍ପଣ ଓ ହଳଦୀ ଆଦିର ଦରଦାମ ବୃଦ୍ଧି ପାଇଥିବାରୁ ଗ୍ରାହକ ଅସନ୍ତୋଷ । ହେଲେ ପୂଜାର ବିଦ୍ଧି ପାଇଁ ଚଢା ଦରରେ ବି ଗ୍ରାହକ ଫଳମୂଳ ଯଥା (ସପୁରୀ, ଆମ୍ବ, ସେଓ, କଦଳୀ, ପଣସ, ଅଙ୍ଗୁର, କମଳା ଓ ତରଭୂଜ) ଆଦି କିଣୁଥିବା ଦେଖିବାକୁ ମିଳୁଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Last Updated : Jun 1, 2019, 6:58 PM IST

ABOUT THE AUTHOR

...view details