ଓଡିଶା

odisha

ETV Bharat / state

କାର ଉପରେ ଚଢିଗଲା ବସ; 2 ମୃତ, 25 ଆହତ - two killed in bus-car accident

କାର୍ତ୍ତିକ ମାସର ପ୍ରଥମ ସୋମବାର ଆରମ୍ଭରୁ ଘଟିଛି ଅଘଟଣ । ବୌଦ୍ଧ ଓ ଅନୁଗୁଳ ଜିଲ୍ଲା ସୀମାନ୍ତ କିଆକଟା ଛକ ନିକଟରେ କାର ଉପରେ ବସ ଚଢି 2ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 25ଜଣ ଆହତ ହୋଇଛନ୍ତି । ଅଧିକ ପଢନ୍ତୁ...

Two killed, 25 injured as bus get on the car in Boudh
କାର ଉପରେ ଚଢିଲା ବସ; 2 ମୃତ, 25 ଆହତ

By

Published : Nov 2, 2020, 12:50 PM IST

ବୌଦ୍ଧ: କାର୍ତ୍ତିକ ମାସର ପ୍ରଥମ ସୋମବାର ଆରମ୍ଭରୁ ଘଟିଛି ଅଘଟଣ । ବୌଦ୍ଧ ଓ ଅନୁଗୁଳ ଜିଲ୍ଲା ସୀମାନ୍ତ କିଆକଟା ଛକ ନିକଟରେ ରବିବାର ବିଳମ୍ବିତ ରାତ୍ରିରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ସହିତ ଦଶରୁ ଉର୍ଦ୍ଧ୍ବ ଗୁରୁତର ଆହତ ହୋଇଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।

କାର ଉପରେ ଚଢିଲା ବସ; 2 ମୃତ, 25 ଆହତ

ମିଳିଥିବା ସୂଚନା ମୁତାବକ, ରବିବାର ରାତି ପ୍ରାୟ ସାଢେ 12ଟା ବେଳେ ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ବୌଦ୍ଧ ଓ ଅନୁଗୁଳ ଜିଲ୍ଲା ସୀମାନ୍ତ କିଆକଟା ଛକ ନିକଟରେ ବଲାଙ୍ଗୀର ଅଞ୍ଚଳର ଏକ ପରିବାର ଶୁଭ କାର୍ଯ୍ୟ ସାରି ଏକ ଇନୋଭା କାରରେ ଫେରୁଥିବା ସମୟରେ କିଆକଟା ଛକ ନିକଟରେ କିଛି ସମୟ ପାଇଁ ରହିଥିଲେ । କାରରେ ଥିବା ସମୁଦାୟ ଆଠ ଜଣଙ୍କ ମଧ୍ୟରୁ ଛଜଣ ଓହ୍ଲାଇ ଥିଲେ ଏବଂ ଆଉ 2ଜଣ କାର ଭିତରେ ହିଁ ବସିଥିଲେ ।

ଠିକ୍‌ ଏହି ସମୟରେ ବୁର୍ଲାରୁ ବ୍ରହ୍ମପୁର ଯାଉଥିବା ଏକ ଘରୋଇ ବସ ସେହି ବୁଲାଣିରେ ଭାରସାମ୍ୟ ରକ୍ଷା କରିନପାରି ଓଲଟି ପଡିଥିଲା ଏବଂ ସିଧା କାର ଉପରେ ଚଢି ଯାଇଥିଲା । ଫଳରେ ଘଟଣାସ୍ଥଳରେ ହିଁ କାରରେ ବସିଥିବା ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ବସରେ ଥିବା 25 ଜଣ ଯାତ୍ରୀ ମଧ୍ୟ ଆହତ ହୋଇଛନ୍ତି । ତନ୍ମଧ୍ୟରୁ ଦଶରୁ ଉର୍ଦ୍ଧ୍ବ ଯାତ୍ରୀଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି । ଘଟଣା ସ୍ଥଳରେ କିଆକଟା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି । ତେବେ ଘରୋଇ ବସ ଚାଳକଙ୍କ ବେପରୁଆ ଗାଡି ଚାଳନା ଯୋଗୁଁ ଏଭଳି ଅଘଟଣ ଘଟିଥିବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details