ବୌଦ୍ଧ: ସରିଗଲା ପୁରୁଣା ବର୍ଷ। ହେଲେ ସରିଲାନି ଦୁଇ ମହିଳାଙ୍କ ଦୁଃଖ । ଅସହାୟ ଅବସ୍ଥାରେ ଦୁଇ ଦୁଇଟି ପରିବାର । ଦୁଇଟି ପରିବାରର ବୋଝ ମୁଣ୍ଡାଇଛନ୍ତି ଦୁଇ ଅସହାୟ ମହିଳା । ବୌଦ୍ଧ ଜିଲ୍ଲାର ମହାଲିକପଡା ପଞ୍ଚାୟତର ଦୁଇ ମହିଳାଙ୍କ ଅସହାୟତା ର କରୁଣ କାହାଣୀ ଏବେ ସମସ୍ତଙ୍କୁ ବ୍ୟଥିତ କରିଛି ।
ମହାଲିକପଡାର ରୀତା ରଣା ସ୍ବାମୀଙ୍କ ଦ୍ବାରା ନିର୍ଯାତନା ତଥା ପରିତ୍ୟକ୍ତା ହୋଇ ଏକମାତ୍ର ଝିଅ ସହିତ ପିତାଙ୍କ ଘର ବାରଣ୍ଡାରେ ଆଶ୍ରୟ ନେଇଛନ୍ତି । ପଞ୍ଚାୟତ ଠାରୁ ଆରମ୍ଭ କରି ବ୍ଲକ ପର୍ଯ୍ୟନ୍ତ ସହାୟତା ପାଇଁ ଗୁହାରି କରିଥିଲେ ମଧ୍ୟ କୌଣସି ସୁଫଳ ମିଳିପାରି ନଥିବା ଅଭିଯୋଗ ହୋଇଛି ।