ବୌଦ୍ଧ:ଦୁର୍ନୀତିଗ୍ରସ୍ତଙ୍କ ବିରୋଧରେ ବୌଦ୍ଧ ଜିଲ୍ଲା ପ୍ରଶାସନ ଜିରୋ ଟଲେରାନ୍ସ ନୀତି । ଦୁର୍ନୀତିଗ୍ରସ୍ତ ସରକାରୀ କର୍ମଚାରୀଙ୍କ ଉପରେ ଏଣିକି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ବୁଧବାର ଦୁଇଜଣ ଦୁର୍ନୀତିଗ୍ରସ୍ତ କର୍ମଚାରୀଙ୍କୁ ନିଲମ୍ବିତ କରିଛି ବୌଦ୍ଧ ଜିଲ୍ଲା ପ୍ରଶାସନ (govt employees susupended in Boudh )।
ବୁଧବାର ବୌଦ୍ଧର ନୂତନ ଜିଲ୍ଲାପାଳ ସତ୍ୟ ରଞ୍ଜନ ସାହୁ କଡ଼ା ଆଭିମୁଖ୍ୟ ଗ୍ରହଣ କରି ବଘିଆପଡାର ପିଇଓଙ୍କୁ ନିଲମ୍ବିତ କରିଛନ୍ତି (corruption charges against govt employees)। ପୂର୍ବରୁ ସେ ଖୁଣ୍ଟବନ୍ଧର ପିଇଓ ଦାୟିତ୍ବରେ ଥିଲେ । ବୌଦ୍ଧ ଜିଲ୍ଲା ସଦର ବ୍ଲକ ଖୁଣ୍ଟବନ୍ଧ ପଞ୍ଚାୟତରେ ଦୁଇ ଦୁଇଟି ରାସ୍ତା ନିର୍ମାଣ କରାନଯାଇ ମିଥ୍ୟା ବିଲ୍ ଭାଉଚର କରି ଲକ୍ଷଲକ୍ଷ ଟଙ୍କା ଦୁର୍ନୀତି ଅଭିଯୋଗ ହୋଇଥିଲା । ଆବାସ ଯୋଜନାରେ ବ୍ୟାପକ ଅନିୟମିତତା ଦେଖା ଦେଇଥିଲା ।