ବୌଦ୍ଧ:ପବିତ୍ର ବିଜୟା ଦଶମୀ ଅବସରରେ ବୌଦ୍ଧରୁ ସାମ୍ନାକୁ ଆସିଲା ଅତ୍ୟନ୍ତ ଦୁଃଖଦ ଘଟଣା । ସଡକ ଦୁର୍ଘଟଣାରେ ଏକାସାଙ୍ଗେ ଆରପାରିକୁ ଚାଲିଗଲେ ଦୁଇ ସାଙ୍ଗ । ବୌଦ୍ଧ ପୁରୁଣାକଟକ ଥାନା ଅନ୍ତର୍ଗତ ଲଇଗାଁ ନିକଟସ୍ଥ 57 ନମ୍ବର ଜାତୀୟ ରାଜପଥ ଉପରେ ଘଟିଛି ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା । ଦୁର୍ଘଟଣାରେ ଆଖି ବୁଜିଥିବା ଦୁଇ ବନ୍ଧୁ ହେଲେ ବ୍ରାହ୍ମଣ ଗାଁ ଓ ମୁଷାଢ ଗ୍ରାମର ଝାଣ୍ଟୁ । ଉଭୟଙ୍କ ନାମ ସମାନ ଥିବାବେଳେ ଦୁହେଁ ପିଲାଟି ଦିନରୁ ସାଙ୍ଗ ଥିଲେ ।
ଅଜଣା ଗାଡି ଧକ୍କାରେ ଏକାସାଙ୍ଗେ ଆରପାରିକୁ ଚାଲିଗଲେ ଦୁଇ ସାଙ୍ଗ - ଦୁର୍ଘଟଣାରେ ଦୁଇ ସାଙ୍ଗ ମୃତ
ସଡକ ଦୁର୍ଘଟଣାରେ ଏକାସାଙ୍ଗେ ଆରପାରିକୁ ଚାଲିଗଲେ ଦୁଇ ସାଙ୍ଗ । ବୌଦ୍ଧ ପୁରୁଣାକଟକ ଥାନା ଅଞ୍ଚଳରେ ଘଟିଛି ଏହି ମର୍ମନ୍ତୁଦ ଦୁର୍ଘଟଣା । ଅଧିକ ପଢନ୍ତୁ...
ଅଜଣା ଗାଡି ଧକ୍କାରେ ଏକାସାଙ୍ଗେ ଆରପାରିକୁ ଚାଲିଗଲେ ଦୁଇ ସାଙ୍ଗ
ଗତକାଲି ରାତି ପ୍ରାୟ ୧୨ଟା ସମୟରେ ଏହି ଦୁର୍ଘଟଣା ଘଟିଛି । ଉଭୟ ବୌଦ୍ଧ ପଟୁ ଫେରୁଥିବା ବେଳେ ରଙ୍ଗମାଟିଆ ନିକଟରେ ଏକ ଅଜଣା ଗାଡି ସେମାନଙ୍କୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ହିଁ ସେମାନଙ୍କ ମୃତ୍ୟୁ ଘଟିଥିଲା । ପୁରୁଣାକଟକ ପୋଲିସ ସେଠାରେ ତଦନ୍ତ ଆରମ୍ଭ କରିଥିବା ବେଳେ ଉଭୟ ମୃତକଙ୍କ ପରିବାର ଗରିବ ଶ୍ରେଣୀର ହୋଇଥିବାରୁ ସେମାନଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି ।
ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ
Last Updated : Oct 15, 2021, 10:43 AM IST