ଓଡିଶା

odisha

ETV Bharat / state

ପୋଲିସ ବାବୁଙ୍କ ଗଞ୍ଜେଇ ଲିଙ୍କ ! ଫାଣ୍ଡି ଅଧିକାରୀଙ୍କ ସମେତ 2 କନଷ୍ଟେବଳ ନିଲମ୍ବିତ - ଆକ୍ସନ ମୁଡରେ ବୌଦ୍ଧ ଜିଲ୍ଲା ପ୍ରଶାସନ

ଗଞ୍ଜେଇ କାରବାରରେ ଖାକି ଲିଙ୍କ । ବୌଦ୍ଧ ବାଘିଆପଡ଼ା ଫାଣ୍ଡି ଅଧିକାରୀଙ୍କ ସମେତ ଦୁଇ କନଷ୍ଟେବଳ ନିଲମ୍ବିତ । ଅଧିକ ପଢ଼ନ୍ତୁ

cannabis smuggling in boudh
ବେଆଇନ ଗଞ୍ଜେଇ କାରବାର

By

Published : Jan 21, 2023, 9:46 AM IST

Updated : Jan 21, 2023, 12:14 PM IST

ଫାଣ୍ଡି ଅଧିକାରୀଙ୍କ ସମେତ 2 କନଷ୍ଟେବଳ ନିଲମ୍ବିତ

ବୌଦ୍ଧ:ଆକ୍ସନ ମୁଡରେ ବୌଦ୍ଧ ଜିଲ୍ଲା ପ୍ରଶାସନ । ବେଆଇନ ଗଞ୍ଜେଇ କାରବାର ସମ୍ପୃକ୍ତିରେ ତିନି ପୋଲିସ କର୍ମଚାରୀ ନିଲମ୍ବିତ । ବାଘିଆପଡ଼ା ଫାଣ୍ଡି ଅଧିକାରୀଙ୍କ ସମେତ ଅନ୍ୟ ଦୁଇ କନେଷ୍ଟବଳଙ୍କୁ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପ୍ରହଲ୍ଲାଦ ସହାଇ ମୀନା ନିଲମ୍ବିତ କରିଛନ୍ତି । ଫାଣ୍ଡି ଅଧିକାରୀ ସନାତନ ପ୍ରଧାନ, କନଷ୍ଚେବଳ ସଞ୍ଜୀବ ପ୍ରଧାନ ଓ କେଶବ ପ୍ରଧାନ ନିଲମ୍ବିତ ।

ବୌଦ୍ଧ ଜିଲ୍ଲାରେ ବେଆଇନ ଗଞ୍ଜେଇ କାରବାର ଯୋଗୁଁ ଅପରାଧିକ ମାମଲା ବୃଦ୍ଧି ପାଉଛି । ସବୁଜ ଜହରର କାରବାର ପଛରେ ବଡବଡ ମାଫିଆଙ୍କୁ ପୋଲିସ, ଅବକାରୀ ଓ ଜଙ୍ଗଲ ବିଭାଗ ଧରିବାରେ ବିଫଳ ହେଉଥିବାବେଳେ ନୀରିହ ଗରିବ ଲୋକଙ୍କୁ ଧରପଗଡ କରାଯାଉଥିବା ଅଭିଯୋଗ ହୋଇଛି । ବୌଦ୍ଧ ଜିଲ୍ଲାର ସଦର ଥାନା ସହିତ ବାଉଁଶୁଣୀ, ମନମୁଣ୍ଡା ଓ କଣ୍ଟାମାଳ ଥାନା ଅନ୍ତର୍ଗତ ବିଭିନ୍ନ ଜଙ୍ଗଲ ଜମିରେ ବେଧଡକ ବେଆଇନ ଗଞ୍ଜେଇ ଚାଷ ହେଉଛି । ଏଥିରେ କେତେକ ବନ ବିଭାଗ ଓ ପୋଲିସ କର୍ମଚାରୀଙ୍କ ସମ୍ପୃକ୍ତି ଥିବା ଅନେକ ଥର ଅଭିଯୋଗ ଆସିବା ପରେ ଆକ୍ସନ ମୋଡକୁ ଆସିଛି ଜିଲ୍ଲା ପୋଲିସ ପ୍ରଶାସନ ।

ଏହା ମଧ୍ୟ ପଢ଼ନ୍ତୁ:Dakota set for display: ନୂଆ ରୂପରେ ଝଲସିବ ବିଜୁ ବାବୁଙ୍କ ପ୍ରିୟ ଡାକୋଟା

ବେଆଇନ ଗଞ୍ଜେଇ ପାଇଁ ବୌଦ୍ଧ ଜିଲ୍ଲା ସବୁବେଳେ ବଦନାମ ମୁଣ୍ଡେଇ ଥିବା ବେଳେ ଏସପି ଏହାକୁ ପ୍ରତିହତ ପାଇଁ ତୀକ୍ଷ୍ଣ ନଜର ରଖିଛନ୍ତି । ବୌଦ୍ଧ ଥାନା ଅନ୍ତର୍ଗତ ବଘିଆପଡା ଫାଣ୍ଡି ଅଞ୍ଚଳରେ ଗଞ୍ଜେଇ ବେପାରୀକୁ ଏକ ବାଇକ ସହ ଧରାଯାଇଥିଲା । ତା ନିକଟରୁ 16 କିଲୋ ଗଞ୍ଜେଇ ଜବତ ହୋଇଥିଲା । ତେବେ ଫାଣ୍ଡି ଅଧିକାରୀ ଆସାମୀକୁ ଛାଡିଦେବା ସହିତ ଜବତ ଗଞ୍ଜେଇକୁ ନିଜ ସରକାରୀ ବାସ ଭବନରେ ରଖିଥିବା ଅଭିଯୋଗ ହୋଇଥିଲା । ଏହି ଘଟଣାର ଖୋଳତାଡ ପରେ ପ୍ରକୃତ ସତ ସାମ୍ନାକୁ ଆସିଥିଲା । ଏହି କାରବାରରେ ପୋଲିସ କର୍ମଚାରୀ ସାମିଲ ଥିବା ଜଣାପଡ଼ିବା ପରେ ଆକ୍ସନ ନେଇଛନ୍ତି ଏସପି ।

ଏହା ମଧ୍ୟ ପଢ଼ନ୍ତୁ:Magha Saptami: ୨୮ରେ ମାଘ ସପ୍ତମୀ ବୁଡ, ବସିଲା ଦ୍ୱିତୀୟ ସମନ୍ବୟ ବୈଠକ

ସୂଚନା ଥାଉକି, ଗତ ସପ୍ତାହରେ ବୌଦ୍ଧ ଜିଲ୍ଲାପାଳ ସତ୍ୟ ରଞ୍ଜନ ସାହୁ ବାଉଁଶୁଣୀ ଡାକ୍ତରଖାନାରେ ସ୍ବାସ୍ଥ୍ୟ ସେବାରେ ଅବହେଳାକୁ ନେଇ ଡାକ୍ତରଙ୍କ ଦରମା ବନ୍ଦ କରିବା ପରେ ହରଭଙ୍ଗା ତହସିଲ କାର୍ଯ୍ୟାଳୟର ଅନେକ କର୍ମଚାରୀଙ୍କ ଦରମା ବନ୍ଦ କରିଥିଲେ । କାର୍ଯ୍ୟରେ ଅବହେଳା ଓ ଅପରାଧ ସହ ସମ୍ପୃକ୍ତ ଥିବା କର୍ମଚାରୀଙ୍କ ବିରୋଧରେ କଠୋର ହୋଇଛି ଜିଲ୍ଲା ପ୍ରଶାସନ । ଜିଲ୍ଲା ପ୍ରଶାସନର ଏଭଳି ପଦକ୍ଷେପକୁନେଇ ବୁଦ୍ଧିଜୀବୀ ମହଲରେ ସ୍ବାଗତ କରାଯାଇଛି ।

ଇଟିଭି ଭାରତ, ବୌଦ୍ଧ

Last Updated : Jan 21, 2023, 12:14 PM IST

ABOUT THE AUTHOR

...view details