ବୌଦ୍ଧ:ଲକ ଡାଉନ ଦୋହଲାଇ ହେଇଛି ଜୀବନ ଜୀବିକା । ସଙ୍କଟରେ ବୌଦ୍ଧ ବନ୍ଧାପଥର ପଞ୍ଚାୟତର ଖାତି ସମ୍ପ୍ରଦାୟର କୋଡିଏ ପରିବାର । ତାଙ୍କ ଜୀବିକା ନିର୍ବାହର ମାଧ୍ୟମ ହେଲା ଲୁହାଟିଣରୁ ପ୍ରସ୍ତୁତ ଚଟୁ,ଦା, ପନିକି ସହିତ ଖଜୁରୀ ପତ୍ରରୁ ମସିଣା ପ୍ରସ୍ତୁତ କରି ନିକଟସ୍ଥ ବଜାରରେ ବିକ୍ରି କରିବା । ଆଉ କେତେକ ଅସହାୟ ଭିକ୍ଷା ବୃତ୍ତି ମଧ୍ୟ କରନ୍ତି । କିନ୍ତୁ ଲକଡାଉନ ଯୋଗୁଁ ଏହି ଆଦିବାସୀ ସମ୍ପ୍ରଦାୟ ଏବେ ସଙ୍କଟରେ ।
ସଙ୍କଟରେ ଆଦିବାସୀ ଖାତି ସଂପ୍ରଦାୟର କୋଡିଏ ପରିବାର - ବୌଦ୍ଧ ଲକ ଡାଉନ
ଲକ ଡାଉନ ଦୋହଲାଇ ହେଇଛି ଜୀବନ ଜୀବିକା । ସଙ୍କଟରେ ବୌଦ୍ଧ ବନ୍ଧାପଥର ପଞ୍ଚାୟତର ଖାତି ସମ୍ପ୍ରଦାୟର କୋଡିଏ ପରିବାର ।
ସଙ୍କଟରେ ଆଦିବାସୀ ଖାତି ସଂପ୍ରଦାୟର କୋଡିଏ ପରିବାର
ସଙ୍କଟରେ ଆଦିବାସୀ ଖାତି ସଂପ୍ରଦାୟର କୋଡିଏ ପରିବାର
ଏପର୍ଯ୍ୟନ୍ତ ସେମାନଙ୍କୁ ଚାଉଳ ମିଳି ନଥିବା ବେଳେ ବଜାର ବନ୍ଦ ଯୋଗୁଁ ସେମାନେ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ରହିଛନ୍ତି । ଏପରିକି ଭିକ୍ଷା ବୃତ୍ତି କରିବାକୁ ମଧ୍ୟ ଯାଇପାରୁ ନାହାନ୍ତି । ଫଳରେ ଭୋକ ଉପାସରେ ରହୁଛନ୍ତି । ତେବେ ଦୁଇ ଦିନ ପୂର୍ବରୁ ସରକାର ଅସହାୟଙ୍କ ପାଇଁ ପଞ୍ଚାୟତ ସ୍ତରରେ ରନ୍ଧା ଖାଦ୍ୟ ବଣ୍ଟନ କରିବାରୁ ସେମାନଙ୍କ ମଧ୍ୟରୁ ସାତଜଣ ଏହି ଆହାର ପାଇଛନ୍ତି। ସେମାନଙ୍କୁ ଖୁବ କମ ଦିନ ମଧ୍ୟରେ ଚାଉଳ ଯୋଗାଇ ଦିଆଯିବ ବୋଲି ସ୍ଥାନୀୟ ସରପଞ୍ଚ ସୂଚନା ଦେଇଛନ୍ତି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ