ଓଡିଶା

odisha

By

Published : Jul 2, 2022, 9:12 PM IST

ETV Bharat / state

ବୃହତ ପୋଖରୀ ପାଇଁ ବୁଡିଗଲା ପୈତୃକ ଜମିବାଡି ! ମିଳୁନି ସହାୟତା

ଜଳସେଚନ ପାଇଁ ବୃହତ ପୋଖରୀର ଆବଶ୍ୟକତାକୁ ଉପଲବ୍ଧି କରି ଆଦିବାସୀ ପରିବାରମାନେ ଭିଟାମାଟି ଛାଡିଲେ । ହେଲେ ଦୀର୍ଘ ବର୍ଷ ପରେ ମଧ୍ୟ ସେମାନଙ୍କୁ ନା ମିଳିଛି ଜମିଭୂମି ନା ହରାଇଥିବା ଭିଟାମାଟିର ମୂଲ୍ୟ । ଅଧିକ ପଢନ୍ତୁ

Realizing need for  large pond, the tribal families left Vitamati
ବୃହତ ପୋଖରୀ ପାଇଁ ବୁଡିଗଲା ପୈତୃକ ଜମିବାଡ଼ି; ମିଳୁନି ସହାୟତା

ବୌଦ୍ଧ:ବୃହତ ପୋଖରୀ ପାଇଁ ଅନେକ ପରିବାର ଭିଟାମାଟି ଛାଡିଦେଲେ । ହେଲେ ଅନେକ ଦଳିତ ପରିବାରଙ୍କୁ ଆଜି ପର୍ଯ୍ୟନ୍ତ ନା ମିଳିଛି କ୍ଷତିପୂରଣ ଅର୍ଥ ନା ମିଳିଛି ଜମି। ଫଳରେ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ଦଶରୁ ଉର୍ଦ୍ଧ୍ବ ଦଳିତ ପରିବାର ବର୍ତ୍ତମାନ କାଳ କାଟୁଛନ୍ତି । ବୌଦ୍ଧ ଜିଲ୍ଲା ବ୍ରାହ୍ମଣୀ ପାଲି ପଞ୍ଚାୟତ ଅନ୍ତର୍ଗତ ବିଜାପଦର ଓ ଭୁକ୍ତାପଡା ଗ୍ରାମ ସନ୍ନିକଟରେ ରହିଛି ଖଲିଆବନ୍ଧ, ବୁଧୁରୁମୁଣ୍ଡା ଓ ଖଜୁରୀବନ୍ଧ ଭଳି ତିନୋଟି ପୋଖରୀ । ପ୍ରାକୃତିକ ସୌନ୍ଦର୍ଯ୍ୟ ପୂର୍ଣ୍ଣ ଏହି ସ୍ଥାନକୁ ବଣ ପାହାଡରୁ ଝରି ଆସୁଥିବା ପାଣିକୁ ବାନ୍ଧି ଏକ ବୃହତ ପୋଖରୀ ପାଇଁ ଆବଶ୍ୟକତା ରହିଥିଲା ।

ବୃହତ ପୋଖରୀ ପାଇଁ ବୁଡିଗଲା ପୈତୃକ ଜମିବାଡ଼ି; ମିଳୁନି ସହାୟତା

ତେଣୁ ବିଜାପଦର ଓ ଭୁକ୍ତାପଡା ଅଞ୍ଚଳର କେତେକ ଜମିଭୂମି ଉକ୍ତ ଜଳ ଭଣ୍ଡାରରେ ଆସୁଥିବାରୁ ସ୍ଥାନୀୟ ଲୋକଙ୍କୁ ଅନ୍ୟତ୍ର ଜମିବାଡ଼ି କିମ୍ବା ଅର୍ଥ ପ୍ରଦାନ ବ୍ୟବସ୍ଥାର ପ୍ରତିଶ୍ରୁତି ଦିଆଯାଇ ବିସ୍ଥାପନ କରାଗଲା । କିନ୍ତୁ ଇତି ମଧ୍ୟରେ ଦୀର୍ଘ ବର୍ଷ ବିତିଯାଇଥିଲେ ମଧ୍ୟ ଉକ୍ତ ଅଞ୍ଚଳର ଦଳିତ ପରିବାର ମାନଙ୍କୁ ଜମିବାଡ଼ି କିମ୍ବା ଅର୍ଥ ମିଳିନଥିବା ଅଭିଯୋଗ ହୋଇଛି । ଉକ୍ତ ଦଳିତ ପରିବାର ଗୁଡିକ ବର୍ତ୍ତମାନ ନିଜ ପଟ୍ଟାଜମି ହରାଇ ଏକ ଗୋଚର ସ୍ଥାନରେ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ରହିଛନ୍ତି । ତୁରନ୍ତ ଏଦିଗରେ ବୌଦ୍ଧ ଜିଲ୍ଲା ପ୍ରଶାସନ ଓ ରାଜସ୍ୱ ବିଭାଗ ଦୃଷ୍ଟି ଦେଇ ଉକ୍ତ ବିସ୍ଥାପିତ ପରିବାରଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି ।

ଇଟିଭି ଭାରତ, ବୌଦ୍ଧ

ABOUT THE AUTHOR

...view details