ଓଡିଶା

odisha

ETV Bharat / state

ବିକାଶର ବହୁ ଦୂରରେ ବୌଦ୍ଧ ଜିଲ୍ଲାର ଆଦିବାସୀ ସମ୍ପ୍ରଦାୟ

ବିଶ୍ବ ଆଦିବାସୀ ଦିବସରେ ଆଦିବାସୀ ଅଧ୍ୟୁଷିତ କନ୍ଧ ଗ୍ରାମର ଅକୁହା ଯନ୍ତ୍ରଣା ସମ୍ପର୍କରେ ଇଟିଭି ଭାରତ ଆଗରେ ନିଜ ଦୁଃଖ ବଖାଣିଛନ୍ତି ଗ୍ରାମବାସୀ । ଅଧିକ ପଢନ୍ତୁ...

ବିକାଶର ବହୁ ଦୂରରେ ବୌଦ୍ଧ ଜିଲ୍ଲାର ଆଦିବାସୀ ସମ୍ପ୍ରଦାୟ
ବିକାଶର ବହୁ ଦୂରରେ ବୌଦ୍ଧ ଜିଲ୍ଲାର ଆଦିବାସୀ ସମ୍ପ୍ରଦାୟ

By

Published : Aug 10, 2021, 9:51 AM IST

ବୌଦ୍ଧ: ଆଦିବାସୀ ସଂପ୍ରଦାୟ ଓ ଉକ୍ତ ଅଞ୍ଚଳର ବିକାଶ ପାଇଁ ସରକାର ବିଭିନ୍ନ ଯୋଜନା ମାଧ୍ୟମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ।କିନ୍ତୁ ବାସ୍ତବରେ ଚିତ୍ର କିନ୍ତୁ କିଛି ଅଲଗା କାହାଣୀ କହୁଛି । ବୌଦ୍ଧ ଜିଲ୍ଲାର ବିଭିନ୍ନ ଆଦିବାସୀ ସଂପ୍ରଦାୟ ମଧ୍ୟରୁ କନ୍ଧ ସଂପ୍ରଦାୟ ଅନ୍ୟତମ । ଜିଲ୍ଲାରେ ଶତାଧିକ ସମ୍ପୂର୍ଣ୍ଣ କନ୍ଧ ଅଧ୍ୟୁଷିତ ଗ୍ରାମ ରହିଥିଲେ ମଧ୍ୟ ସେମାନଙ୍କ ମଧ୍ୟରୁ ଅଧିକାଂଶ ସମାଜର ମୁଖ୍ୟ ଧାରାରେ ସାମିଲ ହୋଇ ନପାରି ପାରମ୍ପରିକ ଜୀବନ ବଞ୍ଚିବାକୁ ବାଧ୍ୟ ହେଉଛନ୍ତି ।

ବିକାଶର ବହୁ ଦୂରରେ ବୌଦ୍ଧ ଜିଲ୍ଲାର ଆଦିବାସୀ ସମ୍ପ୍ରଦାୟ

ଶିକ୍ଷା, ସ୍ବାସ୍ଥ୍ୟ, ପାନୀୟଜଳ, ବିଦ୍ୟୁତ ଭଳି ମୌଳିକ ସୁବିଧାରୁ ବଞ୍ଚିତ ହେଉଥିବାବେଳେ ଗମନାଗମନର ସୁବିଧା ମଧ୍ୟ ନାହିଁ । ଜିଲ୍ଲାରେ ସରକାରୀ ତଥ୍ୟ ଅନୁଯାୟୀ ଦେଢ ଶହରୁ ଊର୍ଦ୍ଧ୍ବ ଅପହଞ୍ଚ ଗ୍ରାମ ରହିଥିବାବେଳେ ତନ୍ମଧ୍ୟରୁ ଅଧିକାଂଶ କନ୍ଧ ଅଧ୍ୟୁଷିତ ଗ୍ରାମ ଅଟେ । ଜିଲ୍ଲାର ହରଭଙ୍ଗା, ବୌଦ୍ଧ ଓ କଣ୍ଟାମାଳ ବ୍ଲକର ଅନେକ ଉପାନ୍ତ ଅଞ୍ଚଳରେ ବସବାସ କରୁଥିବା ଏହି ସରଳ ନିରୀହ କନ୍ଧ ଆଦିବାସୀଙ୍କୁ ମୋହରା କରି ଅନେକ ସମାଜର ଆଗଧାଡିର ଲୋକ ବେଆଇନ କାର୍ଯ୍ୟରେ ଲିପ୍ତ କରୁଛନ୍ତି । ସେପଟେ ଜନସଚେତନତା ଅଭାବରୁ ଗୁଣିଗାରେଡି, ତନ୍ତ୍ର ମନ୍ତ୍ର ଭଳି ଅନ୍ଧବିଶ୍ୱାସର ସାହାରା ନେଉଛନ୍ତି ଏହି ଆଦିବାସୀ ସଂପ୍ରଦାୟ । ଏପରିକି ଅନେକ ଆଦିବାସୀ ଗ୍ରାମକୁ ରାସ୍ତା ଅଭାବରୁ ଆମ୍ବୁଲାନ୍ସ ଓ ଅନ୍ୟାନ୍ୟ ଗାଡି ପହଞ୍ଚି ନପାରି କାରଣରୁ ସରକାରୀ ଯୋଜନା ଠିକରେ ଏସବୁ ସ୍ଥାନରେ ପହଞ୍ଚି ପାରୁନାହିଁ ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details