ଓଡିଶା

odisha

ETV Bharat / state

ରାସ୍ତା ପ୍ରଶସ୍ତିକରଣ ପ୍ରହସନ, ବୌଦ୍ଧରେ ବଳି ପଡିଲା ଅନେକ ଗଛ

ବୌଦ୍ଧରେ ଗଛକଟା । ରାସ୍ତା ପ୍ରଶସ୍ତିକରଣ ନାଁରେ ବଳି ପଡିଲା ଅନେକ ଗଛ । ଦୀର୍ଘଦିନ ଧରି ବୌଦ୍ଧ ସହରର ଏନଏସି ଛକ ଠାରୁ ଜାମୁ ଛକ ଦେଇ କଚେରୀ ଛକ ପର୍ଯ୍ୟନ୍ତ ରାସ୍ତା ପ୍ରଶସ୍ତିକରଣ କାର୍ଯ୍ୟ ପାଇଁ ଅନେକ ଗୁଡିଏ ଗଛକୁ କାଟିଦିଆଯାଇଛି ।

ଫଟୋ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

By

Published : Jul 24, 2019, 11:32 PM IST

ବୌଦ୍ଧ: ରାସ୍ତା ପ୍ରଶସ୍ତିକରଣ ନାଁରେ ବୌଦ୍ଧରେ ବଳି ପଡିଲା ଅନେକ ଗଛ । ଦୀର୍ଘଦିନ ଧରି ବୌଦ୍ଧ ସହରର ଏନଏସି ଛକ ଠାରୁ ଜାମୁ ଛକ ଦେଇ କଚେରୀ ଛକ ପର୍ଯ୍ୟନ୍ତ ରାସ୍ତା ପ୍ରଶସ୍ତିକରଣ କାର୍ଯ୍ୟ ପାଇଁ ଅନେକ ଗୁଡିଏ ଗଛକୁ କାଟିଦିଆଯାଇଛି । ଯାହାକୁ ନେଇ ପରିବେଶପ୍ରେମୀଙ୍କ ମଧ୍ୟରେ ଗଭୀର ଉଦବେଗ ପ୍ରକାଶ ପାଇଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

ରାସ୍ତା କାମ ପାଇଁ ବୁଧବାର ସହରର ଅନେକ ଗଛ କଟାଯାଇଥିବା ଦେଖିବାକୁ ମିଳିଛି । ତେବେ ବର୍ତ୍ତମାନ ସମୟରେ ପରିବେଶ ସନ୍ତୁଳନରେ ବୃକ୍ଷର ଯଥେଷ୍ଟ ଆବଶ୍ୟକତା ରହିଥିବାବେଳେ ଏପରି ବୃକ୍ଷ କଟାଯିବାକୁ ସ୍ଥାନୀୟ ଅଞ୍ଚଳରେ ନିନ୍ଦା କରାଯାଇଛି । ଏହା ସହ ସହରରେ ଗଛର ଅଭାବକୁ ପୂରଣ କରିବା ପାଇଁ ଅଧିକ ଗଛ ଲଗାଇବାକୁ ଧ୍ୟାନ ଦେବାକୁ ହେବ ବୋଲି ସ୍ଥାନୀୟ ଅଞ୍ଚଳରେ ମତପ୍ରକାଶ ପାଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details