ବୌଦ୍ଧ: ପାରମ୍ପରିକ ଲୋକବାଦ୍ୟ ଓ ଲୋକନୃତ୍ୟ ରେ ଦୁଲୁକିଲା ବୌଦ୍ଧ ମହୋତ୍ସବ ମଣ୍ଡପ । ଚଳିତ ବର୍ଷ ବୌଦ୍ଧ ମହୋତ୍ସବରେ ବୟନ ଶିଳ୍ପ ମୁଖ୍ୟ ଆକର୍ଷଣର କେନ୍ଦ୍ର ସାଜିଥିବା ବେଳେ ରାଜ୍ୟ ତଥା ରାଜ୍ୟ ବହାରୁ ହସ୍ତଶିଳ୍ପୀଙ୍କ କାର୍ଯ୍ୟ ଦେଖିବାକୁ ମିଳିଛି । ମହୋତ୍ସବରେ ବାନ୍ଧଶିଳ୍ପ ପ୍ରଦର୍ଶନୀ ସମସ୍ତଙ୍କୁ ଆକର୍ଷିତ କରୁଥିବା ବେଳେ ପ୍ରଥମଥର ପାଇଁ ହସ୍ତଶିଳ୍ପୀଙ୍କୁ ଅତିଥି ରୂପେ ସମ୍ମାନ ଜଣାଇଛି ଜିଲ୍ଲା ପ୍ରଶାସନ । ବାନ୍ଧଶିଳ୍ପ ପ୍ରଦର୍ଶନୀ ଦେଖିବା ପାଇଁ ବିଭିନ୍ନ ଜିଲ୍ଲାରୁ ଦର୍ଶକଙ୍କ ଭିଡ଼ ଦେଖିବାକୁ ମିଳିଛି ।
ସ୍ଥାନୀୟ ପାରମ୍ପରିକ ଲୋକନୃତ୍ୟ ଓ ଲୋକବାଦ୍ୟକୁ ପ୍ରୋତ୍ସାହନ ସ୍ଥାନୀୟ ପାରମ୍ପରିକ ଲୋକନୃତ୍ୟ ଓ ଲୋକବାଦ୍ୟକୁ ପ୍ରୋତ୍ସାହନ ଦେବା ପାଇଁ ଜିଲ୍ଲା ପ୍ରଶାସନ ପ୍ରୟାସ କରିଛି । ସ୍ଥାନୀୟ ପାରମ୍ପରିକ ଲୋକନୃତ୍ୟ ସହ ରାଜ୍ୟ ଏବଂ ରାଜ୍ୟ ବାହାରୁ ଅନେକ କଳାକାର ଏହି ମହୋତ୍ସବରେ ନିଜ କଳା ପ୍ରଦର୍ଶନ କରୁଛନ୍ତି । ବିଭିନ୍ନ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ ବିଶ୍ବକପ୍ ହକିର ସିଧାପ୍ରସାରଣ କାର୍ଯ୍ୟକ୍ରମ ସମସ୍ତଙ୍କୁ ବାନ୍ଧି ରଖୁଛି । ବୌଦ୍ଧ ଜିଲ୍ଲା ମହୋତ୍ସବ ପାଞ୍ଚ ଦିନ ଧରି ଚାଲିଥିବା ବେଳେ ମହୋତ୍ସବ ମଣ୍ଡପରେ ଜିଲ୍ଲାର ପାରମ୍ପରିକ ଲୋକନୃତ୍ୟ ସହିତ ରାଜ୍ୟ ତଥା ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା କଳାକାର କଳା ନୈପୁଣ୍ୟତା ପ୍ରଦର୍ଶନ କରୁଛନ୍ତି ।