ବୌଦ୍ଧ:କଳାର ରାଜ୍ୟରେ ଉପେକ୍ଷିତ କଳାକାର । ଜିଲ୍ଲାର କଳାକାରଙ୍କୁ ମିଳୁନାହିଁ ଉପଯୁକ୍ତ ସମ୍ମାନ । ବିଲୁପ୍ତପ୍ରାୟ ପାରମ୍ପରିକ ଲୋକକଳାକୁ ବଞ୍ଚାଇ ରଖିଥିବା ଜିଲ୍ଲାର ଅନେକ କଳାକାର ବର୍ତ୍ତମାନ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ କାଳ କାଟୁଛନ୍ତି । ଜିଲ୍ଲାର ବିଭିନ୍ନ ସ୍ଥାନରେ ପାରମ୍ପରିକ ଲୋକକଳାକୁ ବଞ୍ଚାଇ ରଖିଥିବା ଯୋଗ୍ୟ କଳାକାରଙ୍କୁ ଚିହ୍ନଟ କରାଯାଇ ସମ୍ମାନ ଦିଆଯାଉ ନଥିବା ଅଭିଯୋଗ ହୋଇଛି । ସରକାରୀ ଯୋଜନାର ସଫଳତା ବଖାଣିବା ପାଇଁ କଳାକାରଙ୍କ ସହଯୋଗ ନେଇ ଲୋକଙ୍କୁ ସଚେତନା କରାଯାଉଥିବା ବେଳେ କଳାକାରଙ୍କୁ ସହରକାରୀ ସହାୟତା ଦିବା ସ୍ୱପ୍ନରେ ପରିଣତ ହୋଇଥିବା ଅଭିଯୋଗ ହୋଇଛି ।
ସରକାରଙ୍କ ସଫଳତା ପ୍ରଚାର ପ୍ରସାର ପାଇଁ କଳାକାରଙ୍କୁ ଦାୟିତ୍ଵ ସହିତ ଆର୍ଥିକ ପ୍ରୋତ୍ସାହନ କେବଳ ପ୍ରହସନ ହୋଇ ରହିଛି । ପାରମ୍ପରିକ ଲୋକକଳାକୁ ନେଇ ବୌଦ୍ଧଜିଲ୍ଲାର ରହିଛି ସ୍ୱତନ୍ତ୍ର ପରିଚୟ । ଓଡିଶାର ମଧ୍ୟ ଭଗରେ ଅବସ୍ଥିତ ଜିଲ୍ଲାର ୩ଟି ବ୍ଲକର ବିଭିନ୍ନ ଅଞ୍ଚଳରେ ପାରମ୍ପରିକ ଲୋକକଳା ଭରି ରହିଛି । ଜିଲ୍ଲାର ଷୋହଳ ଖାଡି ବାଦ୍ୟ ମଧ୍ୟରେ ଝାଲିଆ ଶବର ଶବରୁଣୀ, ବାଇଧନ, ନଚନିଆ, ବଜନିଆ,ପପତର ଶଉରା ଭଳି ବିଭିନ୍ନ ପାରମ୍ପରିକ ଲୋକ କଳା ବର୍ତ୍ତମାନ ବିଲୁପ୍ତ ହେବାରେ ଲାଗିଛି । ଏଭଳି ବିଲୁପ୍ତପ୍ରାୟ ପାରମ୍ପରିକ ଲୋକକଳାକୁ ବଞ୍ଚାଇ ରଖିବାକୁ ସ୍ଥାନୀୟ କଳାକାରମାନେ ପିଢ଼ି ପରେ ପିଢ଼ି ପ୍ରଚେଷ୍ଟା କରୁଥିଲେ ମଧ୍ୟ ଜିଲ୍ଲା ସଂସ୍କୃତି ବିଭାଗ ଏହି ଲୋକକଳାକୁ ବଞ୍ଚାଇ ରଖିବାକୁ କୌଣସି ପଦକ୍ଷେପ ଗ୍ରହଣ କରୁନଥିବା ଅଭିଯୋଗ ହୋଇଛି ।
ଏହା ମଧ୍ୟ ପଢନ୍ତୁ ...ବ୍ରହ୍ମପୁରରେ ୨ଦିନିଆ ଅଲ ଇଣ୍ଡିଆ ଥିଏଟର କାଉନସିଲର ଅଧିବେଶନ,୧୭ ରାଜ୍ୟର ପ୍ରତିନିଧି ସାମିଲ