ବୌଦ୍ଧ: ଜିଲ୍ଲାର ବିଭିନ୍ନ ମଣ୍ଡିରେ ଚାଲିଛି ଧାନବିକ୍ରି । ତେବେ କେତେକ ସ୍ଥାନରେ ଚାଷୀଙ୍କ ଧାନ ଅପେକ୍ଷା ବେପାରୀ ଓ ଦଲାଲଙ୍କ ଧାନକ୍ରୟ କରାଯାଉଥିବା ଅଭିଯୋଗ ହୋଇଥିଲା । ବୌଦ୍ଧ ଜିଲ୍ଲାର ବିଭିନ୍ନ ସମବାୟ ସମିତିର ଧାନକ୍ରୟ କେନ୍ଦ୍ରରେ ଚାଷୀଙ୍କ ଧାନକିଣା ପାଇଁ କଡା ଆଦେଶ ରହିଥିଲେ ମଧ୍ୟ କେତେକ ମଣ୍ଡିରେ ବେପାରୀଙ୍କ ଧାନକିଣା ଯାଉଥିବା ଅଭିଯୋଗ ପରେ ପ୍ରଶାସନ ଏନେଇ କଡା ଆଭିମୁଖ୍ୟ ପୋଷଣ କରିଛି । ଜିଲ୍ଲାର ବିଭିନ୍ନ ମଣ୍ଡିରେ ଚାଲିଥିବା ଧାନକିଣାରେ ବେପାରୀ ଓ ଦଲାଲଙ୍କ ଉପରେ ଏନଫୋର୍ସମେଣ୍ଟ ଟିମ କଡା ନଜର ରଖିବା ସହ ଅଳ୍ପ ଦିନ ମଧ୍ୟରେ ଆହୁରି କିଛି ପଦକ୍ଷେପ ଗ୍ରହଣ କରାଯିବ ବୋଲି ସୂଚନା ମିଳିଛି ।
ମଣ୍ଡିରେ ସକ୍ରିୟ ବେପାରୀ-ଦଲାଲ, ଆକ୍ସନ ମୋଡରେ ପ୍ରଶାସନ - boudh district administration
ବୌଦ୍ଧ ଜିଲ୍ଲାର ବିଭିନ୍ନ ମଣ୍ଡିରେ ଚାଲିଛି ଧାନବିକ୍ରି । ତେବେ କେତେକ ସ୍ଥାନରେ ଚାଷୀଙ୍କ ଧାନ ଅପେକ୍ଷା ବେପାରୀ ଓ ଦଲାଲଙ୍କ ଧାନକ୍ରୟ କରାଯାଉଥିବା ଅଭିଯୋଗ । ପଢନ୍ତୁ ଅଧିକ...
ମଣ୍ଡିରେ ବେପାରୀ ଓ ଦଲାଲ ସକ୍ରିୟ ଅଭିଯୋଗ, ଆକ୍ସନ ମୋଡରେ ପ୍ରଶାସନ
କେତେକ ସମବାୟ ସଂପାଦକଙ୍କ ଏଭଳି କାର୍ଯ୍ୟରେ ସମ୍ପୃକ୍ତି ଥିବା ସନ୍ଦେହ କରି ଜିଲ୍ଲା ପ୍ରଶାସନ ଟୋକନ ଜେନେରେଟ ପାଇଁ ସମବାୟ ଅଧିକାରୀ ଓ ସମ୍ପୃକ୍ତ ତହସିଲଦାରଙ୍କୁ ଦାୟିତ୍ବ ପ୍ରଦାନ କରିଛି । ଏଥିସହିତ କୌଣସି ମଣ୍ଡିରେ ବେପାରୀ କିମ୍ବା ଦଲାଲଙ୍କ ଧାନ ମିଳିଲେ ଏହା ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲା ଯୋଗାଣ ଅଧିକାରୀ ସୂଚନା ଦେଇଛନ୍ତି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ