ଓଡିଶା

odisha

ETV Bharat / state

ପରିବେଶ ପ୍ରଦୂଷଣକୁ ରୋକିବା ପାଇଁ ମଜଦୁର ସଂଘର ଦାବିପତ୍ର - ମଜଦୁର ସଂଘର ଦାବିପତ୍ର

ଜିଲ୍ଲାର କୋଣ ଅନୁକୋଣରେ ପୁରି ରହିଛି ଜଙ୍ଗଲ ସମ୍ପଦ । ସବୁଜିମାମୟ ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରକୃତି ତାର ଅପରୂପ ସୌନ୍ଦର୍ଯ୍ୟ ବିଛାଇ ରଖିଥିବାବେଳେ ବର୍ତ୍ତମାନ ବିଭିନ୍ନ କାରଣରୁ ପରିବେଶ ପ୍ରଦୂଷଣ ହେବାରେ ଲାଗିଛି । ଅଧିକ ପଢନ୍ତୁ...

ପରିବେଶ ପ୍ରଦୂଷଣକୁ ରୋକିବା ପାଇଁ ମଜଦୁର ସଂଘର ଦାବିପତ୍ର
ପରିବେଶ ପ୍ରଦୂଷଣକୁ ରୋକିବା ପାଇଁ ମଜଦୁର ସଂଘର ଦାବିପତ୍ର

By

Published : Jun 10, 2021, 10:34 AM IST

ବୌଦ୍ଧ: ଜିଲ୍ଲାର କୋଣ ଅନୁକୋଣରେ ପୁରି ରହିଛି ଜଙ୍ଗଲ ସମ୍ପଦ । ସବୁଜିମାମୟ ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରକୃତି ତାର ଅପରୂପ ସୌନ୍ଦର୍ଯ୍ୟ ବିଛାଇ ରଖିଥିବା ବେଳେ ବର୍ତ୍ତମାନ ବିଭିନ୍ନ କାରଣରୁ ପରିବେଶ ପ୍ରଦୂଷଣ ହେବାରେ ଲାଗିଛି । ଏନେଇ ଗଭୀର ଉଦବେଗ ପ୍ରକାଶ ପାଇଥିବାବେଳେ ଭାରତୀୟ ମଜଦୁର ସଂଘ ଜିଲ୍ଲା ଶାଖା ପକ୍ଷରୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି ।

ପରିବେଶ ପ୍ରଦୂଷଣକୁ ରୋକିବା ପାଇଁ ମଜଦୁର ସଂଘର ଦାବିପତ୍ର
ପରିବେଶ ପ୍ରଦୂଷଣକୁ ରୋକିବା ପାଇଁ ମଜଦୁର ସଂଘର ଦାବିପତ୍ର

ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ଷ୍ଟୋନ କ୍ରସର ପାଇଁ ଅନୁମତି ଦିଆଯାଇଥିବାରୁ ପ୍ରତ୍ୟେକ ଦିନ ପରିବେଶ ପ୍ରଦୂଷଣ ହେବାରେ ଲାଗିଛି । ସେପଟେ ପ୍ରାୟ ସମୟରେ ଜିଲ୍ଲାର ବିଭିନ୍ନ ଜଙ୍ଗଲରୁ ଚୋରାକାଠ ବେପାରୀମାନେ ଗଛ କାଟି ଚାଲିଛନ୍ତି । ଗୋଟିଏ ଦିନ ପୂର୍ବରୁ ବୌଦ୍ଧ ବନାଞ୍ଚଳରୁ ଏଭଳି 6 ଗୋଟି ଶାଳ କାଠ ଗଣ୍ଡି ପାହାଡି ଝରଣାର ଶୁଷ୍କ ବାଲି ଶଯ୍ୟାରୁ ଜବତ କରାଯାଇଛି ।

ସେହିପରି ପ୍ଲାଷ୍ଟିକ ଓ ଅନ୍ୟାନ୍ୟ କଠିନ ବର୍ଜ୍ୟବସ୍ତୁ ପରିଚାଳନା ଜିଲ୍ଲାରେ ଠିକରେ ହୋଇପାରୁ ନଥିବାରୁ ମଧ୍ୟ ପରିବେଶ ପାଇଁ ଏକ ବଡ ବିପଦ ସୃଷ୍ଟି ହୋଇଛି । ଭାରତୀୟ ମଜଦୁର ସଂଘର ସଭାପତି ଓ ସମ୍ପାଦକ 9 ଦଫା ଦାବି ସମ୍ବଳିତ ଏକ ଦାବିପତ୍ର ବୌଦ୍ଧ ଅତିରିକ୍ତ ଜିଲ୍ଲାପାଳ ଏନସି ଜ୍ୟୋତିରଞ୍ଜନ ନାଏକଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଥିଲେ ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details