ବୌଦ୍ଧ: ବୌଦ୍ଧ ଜିଲ୍ଲାରେ ଭରପୁର ରହିଛି ପର୍ଯ୍ୟଟନସ୍ଥଳୀ । ହେଲେ ପ୍ରଶାସନର ଆନ୍ତରିକତା ଅଭାବରୁ ଏଗୁଡିକର ବିକାଶ ହୋଇପାରୁନଥିବା ଅଭିଯୋଗ ଆସିଛି । ଏପରିକି ଜିଲ୍ଲାର 2ଟି ଜାତୀୟ ଐତିହାସିକ ସ୍ମାରକ ଅନ୍ଧକାର ମଧ୍ୟରେ ବୁଡ଼ି ରହିଥିବା ଅଭିଯୋଗ କରି ଅସନ୍ତୋଷ ପ୍ରକାଶ କରିଛନ୍ତ ସ୍ଥାନୀୟ ଇତିହାସକାର ଓ ଗବେଷକ ।
ତେବେ ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ପର୍ଯ୍ୟଟନସ୍ଥଳୀ ସହିତ ଐତିହାସିକ ସ୍ମାରକ ଭରପୁର ରହିଛି । କିନ୍ତୁ ଉପଯୁକ୍ତ ପ୍ରଚାରପ୍ରସାର ହୋଇ ଅଭାବରୁ ଏଭଳି ପର୍ଯ୍ୟଟନ ସ୍ଥଳୀଗୁଡ଼ିକ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିପାରୁ ନଥିବା କହିଛନ୍ତି ସ୍ଥାନୀୟଲୋକେ । ବୌଦ୍ଧ ଜିଲ୍ଲାର ତିନୋଟି ବ୍ଲକ ବିଭିନ୍ନ ସ୍ଥାନରେ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ରହିଛି । ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ଭୈରବୀଙ୍କ ପୀଠ ସହ ଶ୍ୟାମସୁନ୍ଦରପୁର, ପରଗଳପୁର, ବୌଦ୍ଧ ବିହାର, ଶୀତଳପାଣି, କୁମ୍ଭିଦରହ, ବାଉଁଶୁଣୀ, ମନମୁଣ୍ଡା, ଖଣ୍ଡିକନପା, ପଲସାଗୋରା, କଣ୍ଟାମାଳ, ଘଣ୍ଟାପଡ଼ା, ଖୁଣ୍ଟିଗୋରା, ରେଘାମୁଣ୍ଡା ଭଳି ବିଭିନ୍ନ ସ୍ଥାନରେ ଥିବା ପ୍ରାଚୀନ ଐତିହ୍ୟସ୍ଥଳୀ ପର୍ଯ୍ୟଟକଙ୍କୁ ଖୁବ ଆକୃଷ୍ଟ କରିଥାଏ । ଏହାଛଡ଼ା ଜିଲ୍ଲାର ବୌଦ୍ଧ ସହରର ରାମେଶ୍ବର ମନ୍ଦିର ସମୂହ ଓ ଗନ୍ଧରାଡ଼ିର ହରିହର ମନ୍ଦିର କେନ୍ଦ୍ର ପ୍ରତ୍ନତତ୍ତ୍ଵ ବିଭାଗ ଅଧିନରେ ରହି ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଆସୁଛି ।
ଏହାମଧ୍ୟ ପଢନ୍ତୁ..ପର୍ଯ୍ୟଟନ ସ୍ଥଳୀରେ ମଦ ଓ ପ୍ଳାଷ୍ଟିକ ବ୍ୟାନ, କଟକଣା ଜାରି କଲା ଜିଲ୍ଲା ପ୍ରଶାସନ