ବୌଦ୍ଧ :ନୂଆ ବର୍ଷର ପଦାର୍ପଣ ପରେଦୁର୍ଲଭ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ପର୍ଯ୍ୟଟନସ୍ଥଳୀଗୁଡ଼ିକରେ ପର୍ଯ୍ୟଟକଙ୍କ ଭିଡ଼ ଜମିବାରେ ଲାଗିଛି । ବୌଦ୍ଧ ଜିଲ୍ଲାର ଏଭଳି ସୌନ୍ଦର୍ଯ୍ୟପୂର୍ଣ୍ଣ ସ୍ଥାନ ତଥା ଜଳଉତ୍ସ ନିକଟରେ ବଣଭୋଜି ପାଇଁ ଭିଡ଼ ପରିଲକ୍ଷିତ ହୋଇଛି । ନୂଆ ବର୍ଷ ସହିତ ଜିଲ୍ଲାର ବିଭିନ୍ନ ପ୍ରାକୃତିକ ପ୍ରାଚୁର୍ଯ୍ୟରେ ଭରପୁର ଥିବା ପର୍ଯ୍ୟଟନସ୍ଥଳୀରେ ବର୍ତ୍ତମାନ ବଣଭୋଜିର ଆସର ଜମୁଛି ।
ବୌଦ୍ଧ ଜିଲ୍ଲା ସଦର ମହାନଦୀ ଗର୍ଭରେ ଥିବା ମର୍ଜାକୁଦ ସମେତ ଖଣ୍ଡିକନପା, କୁମ୍ଭୀଦରହ, ତାମ୍ବିଦରହ, ଡମକୁଚ, ଶୀତଳପାଣି, ଗଦଗଦି ପ୍ରଭୃତି ବଣଭୋଜି ପାଇଁ ପ୍ରକୃଷ୍ଟ ସ୍ଥାନ । ଏହି ସବୁ ସ୍ଥାନଗୁଡ଼ିକରେ ରାଜ୍ୟ ତଥା ରାଜ୍ୟ ବାହାରୁ ଲୋକଙ୍କ ଭିଡ ଲାଗି ରହୁଛି । ଶୀତ ଋତୁରେ ବୌଦ୍ଧ ଜିଲ୍ଲାର ବିଭିନ୍ନ ପ୍ରାକୃତିକ ସୌନ୍ଦର୍ଯ୍ୟଭରା ସ୍ଥାନ ପ୍ରକୃତିପ୍ରେମୀ ଓ ପର୍ଯ୍ୟଟକଙ୍କୁ ଖୁବ୍ ଆକୃଷ୍ଟ କରୁଛି । ମହାନଦୀ ସହିତ ବିଭିନ୍ନ ଜଳ ଉତ୍ସ ନିକଟରେ ବିଦେଶାଗତ ପକ୍ଷୀଙ୍କ କଳରାବରେ ଚତୁର୍ଦିଗ ବେଶ ଆକର୍ଷଣୀୟ ହୋଇ ଉଠିଛି ।