ଓଡିଶା

odisha

ରାତି ପାହିଲେ ଶ୍ରାବଣ ପ୍ରଥମ ସୋମବାର, କାଉଡିଆଙ୍କ ସେବାରେ ବୌଦ୍ଧ ଯୁବକ

By

Published : Jul 21, 2019, 10:15 PM IST

Updated : Jul 21, 2019, 11:09 PM IST

ଶ୍ରାବଣ ମାସର ପ୍ରଥମ ସୋମବାର ପାଇଁ ଚଳଚଞ୍ଚଳ ବୌଦ୍ଧ ପୀଠ । ମାନସିକ ରଖି ମହାଦେବଙ୍କୁ ଜଳଲାଗି କରିବେ କାଉଡିଆ । ଆଉ ଦୂରଦୂରାନ୍ତରୁ ଆସୁଥିବା କାଉଡିଆଙ୍କୁ ସେବା ଯୋଗାଇ ଦେବାକୁ ଆଗେଇ ଆସିଛନ୍ତି ବୌଦ୍ଧର କିଛି ଯୁବକ ।

ଫଟୋ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

ବୌଦ୍ଧ: ରାତି ପାହିଲେ ଶ୍ରାବଣ ମାସର ପ୍ରଥମ ସୋମବାର । ଚଳଚଞ୍ଚଳ ରାଜ୍ୟର ସମସ୍ତ ଶୈବ ପୀଠ । ମାନସିକ ରଖି କାଉଡିଆମାନେ ଶିବଙ୍କୁ ଜଳାଭିଷେକ କରିବେ । ଶ୍ରାବଣ ସୋମବାର ପାଇଁ ବୌଦ୍ଧ ଜିଲ୍ଲାରେ ଥିବା ଶୈବପୀଠ ଗୁଡିକ ଚଳଚଞ୍ଚଳ ହୋଇଉଠିଛି । କାଉଡିଆମାନେ ଦେବଦେବ ମହାଦେବଙ୍କୁ ଜଳଲାଗି କରିବା ପାଇଁ ବିଭିନ୍ନ ଜଳାଶୟରୁ ପାଣି ନେଇ ଆଗେଇ ଚାଲିଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

ତେବେ ଦୂରଦୂରାନ୍ତରୁ ଆସୁଥିବା କାଉଡିଆଙ୍କୁ ସେବା କରିବା ପାଇଁ ଆଗେଇ ଆସିଛନ୍ତି କେତେକ ଯୁବକ । କାଉଡିଆଙ୍କ ପାଇଁ ପାନୀୟ ଜଳ ବ୍ୟବସ୍ଥା ସହ ସେମାନେ କିପରି ସୁରକ୍ଷିତ ଭାବେ ସଠିକ୍ ମାର୍ଗରେ ଯାତ୍ରା କରିବେ ସମସ୍ତ କଥା ଧ୍ୟାନ ରଖୁଛନ୍ତି ଯୁବକମାନେ । ଯାହାକୁ ନେଇ କାଉଡିଆ ମାନେ ଖୁସି ବ୍ୟକ୍ତ କରିଥିଲେ ।

ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ

Last Updated : Jul 21, 2019, 11:09 PM IST

ABOUT THE AUTHOR

...view details