ଓଡିଶା

odisha

ETV Bharat / state

ସିବିଏସଇ ମ୍ଯାଟ୍ରିକ ଫଳ ପ୍ରକାଶିତ, ବୌଦ୍ଧ କେଭି ଟପ୍ପର ମୌସୁମୀ - topper Mausumi

ସୋମବାର ପ୍ରକାଶ ପାଇଛି ସିବିଏସଇ ଦଶମ ପରୀକ୍ଷା ଫଳ । ୯୫.୬ ପ୍ରତିଶତ ମାର୍କ ରଖି ପ୍ରଥମ ସ୍ଥାନରେ କୃତକାର୍ଯ୍ୟ ହୋଇଛନ୍ତି କେ.ଭି ଛାତ୍ରୀ ମୌସୁମୀ ପ୍ରଧାନ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବୌଦ୍ଧ

By

Published : May 6, 2019, 9:48 PM IST

Updated : May 7, 2019, 2:01 PM IST

ବୌଦ୍ଧ: ସୋମବାର ପ୍ରକାଶ ପାଇଛି ସିବିଏସଇର ଦଶମ ପରୀକ୍ଷା ଫଳ । ଶତ ପ୍ରତିଶତ ସଫଳ ହୋଇଛନ୍ତି ଜିଲ୍ଲାରେ ଥିବା ଏକମାତ୍ର କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ରଛାତ୍ରୀ । କେ. ଭି ଛାତ୍ରୀ ମୌସୁମୀ ପ୍ରଧାନ ସର୍ବାଧିକ ୯୫.୬ ପ୍ରତିଶତ ରଖି ପ୍ରଥମ ସ୍ଥାନରେ କୃତକାର୍ଯ୍ୟ କରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବୌଦ୍ଧ

କେନ୍ଦ୍ରୀୟ ବିଦ୍ୟାଳୟର ସମୁଦାୟ ୬୦ ଜଣ ପରୀକ୍ଷାର୍ଥୀ ଚଳିତ ବର୍ଷ ସିବିଏସସି ପରୀକ୍ଷା ଦେଇଥିବା ବେଲେ, ସେମାନଙ୍କ ମଧ୍ୟରୁ ୩୭ ଜଣ ଛାତ୍ର ଓ ୨୩ ଜଣ ଛାତ୍ରୀ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି । ଆଜି ପରୀକ୍ଷା ଫଳ ଘୋଷଣା ପରେ ଏହି ଖବର ସବୁଆଡେ ପ୍ରଚାରିତ ହୋଇଥିଲା । ବିଦ୍ଯାଳୟରେ ରେଜଲ୍ଟକୁ ନେଇ ଅବିଭାବକ ମହଲରେ ଆନନ୍ଦ ପ୍ରକାଶ ପାଇଥିବା ଦେଖିବାକୁ ମିଳିଛି ।

ସମସ୍ତ ବିଦ୍ଯାର୍ଥୀଙ୍କ ମଧ୍ୟରୁ ୧୮ ଜଣ ଛାତ୍ରଛାତ୍ରୀ ୯୦ ପ୍ରତିଶତ ରୁ ଅଧିକ ମାର୍କ ରଖି ବିଦ୍ୟାଳୟକୁ ଗୌରବ ଆଣିଦେଇଛନ୍ତି । ବିଦ୍ୟାଳୟର ୬୦ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରେ ଛାତ୍ରୀ ମୌସୁମୀ ପ୍ରଧାନ ସର୍ବାଧିକ ୯୫.୬ ପ୍ରତିଶତ ରଖି ପ୍ରଥମ ସ୍ଥାନ ହାସଲ କରିଛନ୍ତି । ମୌସୁମୀଙ୍କ ପରୀକ୍ଷା ଫଳକୁ ନେଇ ତାଙ୍କ ପରିବାରରେ ଏକ ପ୍ରକାର ଖୁସିର ମାହୋଲ ସୃଷ୍ଟି କରିଛି ।

ବନ୍ଧାପଥର ଗ୍ରାମର ଶିକ୍ଷକ ଜୟନ୍ତ କୁମାର ପ୍ରଧାନ ଓ ମାତା ଲେଲିନ ପ୍ରଧାନଙ୍କ ଝିଅ ଅଟନ୍ତି ମୌସୁମୀ । ପ୍ରଥମ ସ୍ଥାନ ଅଧି୍କାର କରିବା ପଛରେ ଶିକ୍ଷକଙ୍କ ଠାରୁ ଆରମ୍ଭ କରି ବାପା-ମାଙ୍କ ଆଶିର୍ବାଦର ହାତ ଥିବା ସେ କହିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ

Last Updated : May 7, 2019, 2:01 PM IST

ABOUT THE AUTHOR

...view details