ବୌଦ୍ଧ: ଉପାନ୍ତ ତଥା ଦୁର୍ଗମ ଅଞ୍ଚଳକୁ ଯୋଡିବ ହାଇଲେବେଲ ବ୍ରିଜ । ଅପହଞ୍ଚ ଅଞ୍ଚଳ ସରକାରଙ୍କ ବିକାଶ ମୂଳକ ଯୋଜନାରେ ବାଧକ ସାଜିଥିବା ବେଳେ ତିନୋଟି ସେତୁ ଉକ୍ତ ସ୍ଥାନକୁ ସଂଯୋଗ କରିବ ।
ଏହା ମଧ୍ୟ ପଢ଼ନ୍ତୁ:Russian Tourist Death: ଘଟଣାସ୍ଥଳରେ କେନ୍ଦ୍ରୀୟ ଗୁଇନ୍ଦା ଟିମ୍, ବିଦେଶ ମନ୍ତ୍ରଣାଳୟ ରଖିଲା ପ୍ରତିକ୍ରିୟା
ଦୁର୍ଗମ ଅଞ୍ଚଳରେ ସରକାରଙ୍କ ବିକାଶର ବାଟ ଓଗାଳିଛି ଘାଟିରାସ୍ତା ଓ ପାହାଡି ଝରଣା । ବୌଦ୍ଧ ଜିଲ୍ଲାର ବଣପାହାଡ ଘେରା ଉପାନ୍ତ ପଞ୍ଚାୟତ ଟିକରପଡା ପଞ୍ଚାୟତରେ ଅନେକ ଗ୍ରାମ ରହିଛି, ଯେଉଁ ସ୍ଥାନକୁ ସବୁଦିନିଆ ରାସ୍ତା ନାହିଁ । ଫଳରେ ବିଚ୍ଛିନ୍ନାଞ୍ଚଳବାସୀ ଭାବେ ରହୁଛନ୍ତି ଏଠାକାର ଲୋକେ । କେବଳ ରାସନ, ଭତ୍ତା ଓ ଅନ୍ୟ ଜରୁରୀକାଳୀନ ସମୟରେ ସେମାନେ ପାହାଡ ଜଙ୍ଗଲ ଦେଇ ପଞ୍ଚାୟତ ଓ ସହରାଞ୍ଚଳକୁ ଆସିଥାନ୍ତି । ବରପଦର ଠାରୁ ନେଇ ଦମଣ୍ଡା, ଲକଡପାଜୁ ଏବଂ ସାଲଦରଙ୍ଗା ଭଳି ଅନେକ ଗ୍ରାମବାସୀ ଏକ ପ୍ରକାର ବାହ୍ୟ ଜଗତରୁ ବିଚ୍ଛିନ୍ନ ରହିଥାନ୍ତି । ଦମଣ୍ଡା ଝରଣା ଓ ଲକ୍ଷ୍ମୀ ନାଳ ଏହାର ମୁଖ୍ୟ ପ୍ରତିବନ୍ଧକ ହୋଇଥିବା ବେଳେ ବାରମ୍ବାର ଅଞ୍ଚଳବାସୀ ସେତୁ ଖଣ୍ଡେ ପାଇଁ ବିଭିନ୍ନ ସ୍ତରରେ ଗୁହାରି କରି ଆସିଛନ୍ତି ।