ଓଡିଶା

odisha

ETV Bharat / state

ବୋରୱେଲ କି ବିଦ୍ୟୁତ ସଂଯୋଗ ନାହିଁ, ଆସିଛି ଲମ୍ବା ବିଲ୍ - ବିଦ୍ୟୁତ ସଂଯୋଗ

ବୋରୱେଲ ହେଲେ ବିଦ୍ୟୁତ ସଂଯୋଗ ହୋଇନଥିବାରୁ ଆସୁନି ପାଣି । ବିଲ ଆସିଛି ହଜାର ହଜାର ଟଙ୍କା । ଅଧିକ ପଢନ୍ତୁ...

ବୋରୱେଲ ଅଛି ହେଲେ ହୋଇନି ବିଦ୍ୟୁତ ସଂଯୋଗ,
ବୋରୱେଲ ଅଛି ହେଲେ ହୋଇନି ବିଦ୍ୟୁତ ସଂଯୋଗ,

By

Published : Jul 6, 2021, 10:20 AM IST

ବୌଦ୍ଧ: ବୋରୱେଲ ଖନନର 6 ବର୍ଷ ପରେ ଆସିଲା ବିଦ୍ୟୁତ ବିଲ । କିନ୍ତୁ ବୋରୱେଲରେ ନା ଲାଗିଛି ମୋଟର ନା ହୋଇଛି ବିଦ୍ୟୁତ ସଂଯୋଗ । ଫଳରେ ସେଥିରୁ ପାଣି ନବାହାରିବାରୁ ତାହା ବ୍ୟବହାର ଉପଯୋଗୀ ହୋଇପାରିନଥିଲା । କିନ୍ତୁ ବର୍ତ୍ତମାନ ଏତେ ବର୍ଷ ପରେ ହିତାଧିକାରୀଙ୍କ ନିକଟକୁ ଆସିଛି ହଜାର ହଜାର ଟଙ୍କାର ବିଦ୍ୟୁତ ବିଲ । ଯାହାକୁ ନେଇ ଚିନ୍ତାରେ ହିତାଧିକାରୀ ।

ବୋରୱେଲ ଅଛି ହେଲେ ହୋଇନି ବିଦ୍ୟୁତ ସଂଯୋଗ,

ସୂଚନା ମୁତାବକ ବୌଦ୍ଧ ଜିଲ୍ଲା ବ୍ରାହ୍ମଣୀ ପାଲି ପଞ୍ଚାୟତ କାଶଲପୁର ଗ୍ରାମର ପାଞ୍ଚ ଜଣ ହିତାଧିକାରୀ ଗତ 2015 ମସିହାରେ ଚାଷ ପାଇଁ ନିଜ ଜମିରେ ବୋରୱେଲ ଖନନ କରିଥିଲେ । କିନ୍ତୁ ଜଳ ଉତ୍ସ ନବାହାରିବାରୁ ତାହା ଅସଫଳ ହୋଇଥିଲା । ଫଳରେ ସେଠାରେ ମୋଟର ବସାଯାଇ ନଥିଲା କିମ୍ବା ବିଦ୍ୟୁତ ସଂଯୋଗ ହୋଇନଥିଲା । କିନ୍ତୁ ବର୍ତ୍ତମାନ ଦୀର୍ଘ 6 ବର୍ଷ ପରେ ହଠାତ ଉକ୍ତ ଚାଷୀଙ୍କ ନିକଟକୁ ଆସିଛି ଏକ ଲମ୍ବା ବିଦ୍ୟୁତ ବିଲ । ଯାହାକୁ ନେଇ ଚାଷୀ ଚିନ୍ତାରେ ପଡିଯାଇଛନ୍ତି ।

କେଉଁ ହିତାଧିକାରୀଙ୍କ କୋଡିଏ ହଜାର ତ ଆର କେଉଁ ହିତାଧିକାରୀଙ୍କ ନିକଟକୁ ପଚାଶ ହଜାରରୁ ଉର୍ଦ୍ଧ୍ବ ଟଙ୍କାର ବିଦ୍ୟୁତ ବିଲ ଆସିଛି । ତୁରନ୍ତ ଏଦିଗରେ ବିଭାଗୀୟ ଅଧିକାରୀ ଦୃଷ୍ଟି ଦେଇ ପଦକ୍ଷେପ ଗ୍ରହଣ ପାଇଁ ଦାବି ହୋଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details