ବୌଦ୍ଧ:କୋରୋନା ଚିତ୍ର ପ୍ରତ୍ୟେକ ଦିନ ବୌଦ୍ଧ ଜିଲ୍ଲାରେ ବଦଳିବାରେ ଲାଗିଥିବା ବେଳେ ଆଜି 2590 ରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ପହଞ୍ଚିଛି । ଏଥି ସହିତ କୋରୋନା ଆକ୍ରାନ୍ତ ପନ୍ଦରରୁ ଉର୍ଦ୍ଧ୍ବ ରୋଗୀଙ୍କ ମୃତ୍ୟୁ ହୋଇସାରିଲାଣି । ସେପଟେ ଏଭଳି ଜଣେ କୋରୋନାରେ ମୃତ୍ୟୁ ବରଣ କରିଥିବା ଯୁବକଙ୍କ ଅସହାୟ ପରିବାରକୁ ସହାୟତାର ହାତ ବଢାଇଛନ୍ତି ବୌଦ୍ଧର ଯୁବ ବର୍ଗ ।
ବୌଦ୍ଧ ସହରର ଏକ ବ୍ୟବସାୟ ପ୍ରତିଷ୍ଠାନ ରେ କାର୍ଯ୍ୟ କରୁଥିବା ମୁର୍ଷୁଣ୍ଢି ଗ୍ରାମର ଜନୈକ ଯୁବକଙ୍କ ଗତ କିଛି ଦିନ ତଳେ କରୋନାରେ ମୃତ୍ୟୁ ହୋଇଥିଲା । ଉକ୍ତ ମୃତଯୁବକଙ୍କ ପତ୍ନୀଙ୍କ ସହ ଛୋଟ ପୁଅଟିଏ ଅତ୍ୟନ୍ତ ଅସହାୟ ଅବସ୍ଥାରେ ରହିଥିଲେ । ଏହା ଜାଣିବା ପରେ ବୌଦ୍ଧ ଫ୍ରେଣ୍ଡସିପ କ୍ଲବର ଯୁବ ସଦସ୍ୟ ମାନେ ଉକ୍ତ ଅସହାୟ ପରିବାରକୁ ସାହାଯ୍ୟ ପାଇଁ ଆଗେଇ ଆସିଥିଲେ ।