ବୌଦ୍ଧ: କୋରୋନା ପାଇଁ ସାରା ଦେଶ ଏବେ ଲକଡାଉନ । ଏହି ସମୟରେ ଅସହାୟମାନଙ୍କୁ ସହାୟତାର ହାତ ବଢାଉଛନ୍ତି କିଛି ସ୍ବେଚ୍ଛାସେବୀ । ବିଶେଷକରି ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ଲକଡାଉନ ସମୟରେ ସଫେଇ କର୍ମଚାରୀଙ୍କୁ ଫୁଲ,ଖାଦ୍ୟ ଓ ଅନ୍ୟାନ୍ୟ ଉପହାର ଦେଇ ସମ୍ମାନିତ କରାଯାଇଥିବା ଦେଖିବାକୁ ମିଳିଛି । ଏପରିକି ରକ୍ତ ଭଣ୍ଡାରରେ ରକ୍ତର ଅଭାବକୁ ଦୃଷ୍ଟିରେ ରଖି ହରଭଙ୍ଗା ବ୍ଲକର କୋଡିଏ ଜଣ ସ୍ବେଚ୍ଛାସେବୀ ରକ୍ତଦାନ ଭଳି ପବିତ୍ର କାର୍ଯ୍ୟ କରିବାକୁ ଆଗେଇ ଆସିଛନ୍ତି ।
ସଫେଇ କର୍ମଚାରୀଙ୍କୁ ସମ୍ମାନିତ କଲେ ବସ୍ତିବାସୀ - କୋରୋନା
ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ଲକଡାଉନ ସମୟରେ ସଫେଇ କର୍ମଚାରୀଙ୍କୁ ଫୁଲ,ଖାଦ୍ୟ ଓ ଅନ୍ୟାନ୍ୟ ଉପହାର ଦେଇ ସମ୍ମାନିତ କରାଯାଇଥିବା ଦେଖିବାକୁ ମିଳିଛି । ଏପରିକି ରକ୍ତ ଭଣ୍ଡାରରେ ରକ୍ତର ଅଭାବକୁ ଦୃଷ୍ଟିରେ ରଖି ହରଭଙ୍ଗା ବ୍ଲକର କୋଡିଏ ଜଣ ସ୍ବେଚ୍ଛାସେବୀ ରକ୍ତଦାନ ଭଳି ପବିତ୍ର କାର୍ଯ୍ୟ କରିବାକୁ ଆଗେଇ ଆସିଛନ୍ତି । ଅଧିକ ପଢନ୍ତୁ...
![ସଫେଇ କର୍ମଚାରୀଙ୍କୁ ସମ୍ମାନିତ କଲେ ବସ୍ତିବାସୀ The villagers honored the cleaning staff](https://etvbharatimages.akamaized.net/etvbharat/prod-images/768-512-6737806-thumbnail-3x2-boudh.jpg)
ସଫେଇ କର୍ମଚାରୀଙ୍କୁ ଫୁଲ,ଖାଦ୍ୟ,ଉପହାର ଦେଇ ସମ୍ମାନୀତ କଲେ ବସ୍ତିବାସୀ
ସଫେଇ କର୍ମଚାରୀଙ୍କୁ ଫୁଲ,ଖାଦ୍ୟ,ଉପହାର ଦେଇ ସମ୍ମାନୀତ କଲେ ବସ୍ତିବାସୀ
କିନ୍ତୁ ଏଭଳି ସମୟରେ ବୌଦ୍ଧ ଏନଏସି ମଧ୍ୟରେ ଥିବା ଅଧିକାଂଶ ପାନୀୟଜଳ ପ୍ରକଳ୍ପ ଅଚଳ ହୋଇ ପଡି ରହିଥିବାରୁ ଏବେ ସହରରେ ଉତ୍କଟ ଜଳ ସମସ୍ୟା ଦେଖାଦେଇଛି । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ