ଓଡିଶା

odisha

By

Published : Jun 9, 2021, 6:30 AM IST

ETV Bharat / state

ଚାଳଘରେ ନିଆଁ ଲଗାଇ ଦେଲେ ଦୁର୍ବୃତ୍ତ , ଅସହାୟ ଅବସ୍ଥାରେ ପରିବାର

ଚାଳଘରେ ନିଆଁ ଲଗାଇ ଦେଲେ ଦୁର୍ବୃତ୍ତ । ଅସହାୟ ହୋଇଗଲା ଗୋଟିଏ ଗରିବ ପରିବାର । ଅଧିକ ପଢନ୍ତୁ...

ଚାଳଘରେ ନିଆଁ ଲଗାଇ ଦେଲେ ଦୁର୍ବୃତ୍ତ , ଅସହାୟ ଅବସ୍ଥାରେ ପରିବାର
ଚାଳଘରେ ନିଆଁ ଲଗାଇ ଦେଲେ ଦୁର୍ବୃତ୍ତ , ଅସହାୟ ଅବସ୍ଥାରେ ପରିବାର


ବୌଦ୍ଧ: ଚାଳଘରେ ନିଆଁ ଲଗାଇ ଦେଲେ ଦୁର୍ବୃତ୍ତ । ଅସହାୟ ହୋଇଗଲା ଗୋଟିଏ ଗରିବ ପରିବାର । ଏଭଳି ଏକ ଘଟଣା ଘଟିଛି ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ରାଧାନଗର ପଞ୍ଚାୟତ ଲାଣ୍ଡିବନ୍ଧ ଆରସେଟି ନିକଟ ବସ୍ତିରେ । ଯେଉଁଠି ପ୍ରଦୀପଙ୍କ ପରିବାର ଦୁଃଖ ସୁଖରେ ମୂଲଲାଗି ଜଙ୍ଗଲରୁ ପତ୍ର ତୋଳି ଚଳିଯାଉଥିଲେ ।କିନ୍ତୁ ଗତ ରବିବାର ତାଙ୍କ ଚାଳଘରେ ଜଣେ ଦୁର୍ବୃତ୍ତ ନିଆଁ ଲଗାଇ ଦେବାରୁ ଘରର ସମସ୍ତ ସାମଗ୍ରୀ ସହିତ ପିନ୍ଧାଲୁଗା,ଚାଉଳ ସହ ସବୁକିଛି ପୋଡି ପାଉଁଶ ହୋଇଗଲା ।

ଚାଳଘରେ ନିଆଁ ଲଗାଇ ଦେଲେ ଦୁର୍ବୃତ୍ତ , ଅସହାୟ ଅବସ୍ଥାରେ ପରିବାର

ଏପରିକି ନିଆଁ ଲିଭାଇବାକୁ ଉଦ୍ୟମ ସମୟରେ ମଧ୍ୟ ତାଙ୍କ ପରିବାର ଉପରେ ଆକ୍ରମଣ କରି କ୍ଷତାକ୍ତ କରିଦେଇଥିବା ବୌଦ୍ଧ ଥାନାରେ ଅଭିଯୋଗ ହୋଇଛି ।ସେପଟେ ମୁଣ୍ଡ ଉପରେ ଚାଳ ନଥିବାରୁ ପରିବାରର ସଦସ୍ୟମାନେ ଗଛ ତଳେ ଆଶ୍ରୟ ନେବା ସହ ଠୋ ଠୋ ଭୋକରେ ରହିଯାଊଛନ୍ତି ।ତୁରନ୍ତ ପ୍ରଶାସନ ଏହି ଅସହାୟ ପରିବାର କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି ।

ଚାଳଘରେ ନିଆଁ ଲଗାଇ ଦେଲେ ଦୁର୍ବୃତ୍ତ , ଅସହାୟ ଅବସ୍ଥାରେ ପରିବାର

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details